ପ୍ରଫେସର୍ ବାସୁଦେବ ସାହୁଙ୍କ ଅଷ୍ଟାଦଶ ବାର୍ଷିକୀ ସ୍ମୃତିସଭା

19

ବାସୁଦେବଙ୍କ ଭାଷା-ଅନୁଶୀଳନ ସ୍ୱତନ୍ତ୍ର ଓ ନୂଆ ଦୃଷ୍ଟିଭଙ୍ଗୀର ପରିଚାୟକ :

ଭୁବନେଶ୍ୱର, ୩୦/୦୭ : ଓଡ଼ିଆ ଭାଷାର ମୌଳିକତା ଓ ବୈଜ୍ଞାନିକତା ପ୍ରତିପାଦନ ଦିଗରେ ପ୍ରଫେସର୍ ବାସୁଦେବ ସାହୁ ପ୍ରତିବଦ୍ଧତାର ସହ ନିରବଚ୍ଛିନ୍ନ ସାଧନା କରିଥିଲେ କ୍ଷ ସାହିତ୍ୟର ତତ୍ତ୍ୱ ଓ ତଥ୍ୟାଶ୍ରୟୀ ଆଲୋଚନା ଏବଂ ଓଡ଼ିଆ ଭାଷାର ବିଶ୍ଳେଷଣ ତାଙ୍କ ଜୀବନର ମୁଖ୍ୟ ଲକ୍ଷ୍ୟ ଥିଲା କ୍ଷ ସେଥି ପାଇଁ ନୂଆ ଦୃଷ୍ଟିକୋଣରୁ ସେ ଓଡ଼ିଆ ଭାଷାର ବିଭିନ୍ନ ଦିଗ ସମ୍ପର୍କରେ ଅନୁଶୀଳନ କରିବା ସଂଗେ ସଂଗେ ସ୍ନାତକ, ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ନିମନ୍ତେ ଉପଯୋଗୀ ହେବା ଭଳି ଅନେକ ଗ୍ରନ୍ଥ ପ୍ରଣୟନ କରିଥିଲେ ବୋଲି ରେଭେନ୍ସା ସ୍ୱୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ପ୍ରାକ୍ତନ ମୁଖ୍ୟ ପ୍ରଫେସର୍ ବାଉରିବନ୍ଧୁ ସାହୁ ମତବ୍ୟକ୍ତ କରିଛନ୍ତି |
ପ୍ରଫେସର୍ ଡ. ବାସୁଦେବ ସାହୁ ସ୍ମୃତି ପରିଷଦ ଆନୁକୂଲ୍ୟରେ ସହିଦନଗର ସ୍ଥିତ ମହର୍ଷି ମହାବିଦ୍ୟାଳୟ ସନ୍ନିକଟ ଭେଟେରିନାରି କାଉନସିଲ୍ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରଫେସର୍ ସାହୁଙ୍କ ଅଷ୍ଟାଦଶ ବାର୍ଷିକୀ ସ୍ମୃତିସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ର. ସାହୁ ଉପର୍ୟ୍ୟୁକ୍ତ ମନ୍ତବ୍ୟ ପ୍ରଦାନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ପରିଷଦର ସଭାପତି ଡ. ପ୍ରେମାନନ୍ଦ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ବିଶିଷ୍ଟ କବି ତଥା ବକ୍ସି ଜଗବନ୍ଧୁ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗଦେଇ ୪୭ ବର୍ଷ ତଳର ବାଣୀବିହାର ଛାତ୍ର ଜୀବନ ଏବଂ ପ୍ର. ବାସୁଦେବ ସାହୁଙ୍କ ଶିକ୍ଷାଦାନ ଶୈଳୀ, ଛାତ୍ର ବତ୍ସଳତା, ବହୁମୁଖୀ କାର୍ୟ୍ୟାବଳୀ ସମ୍ପର୍କରେ ବର୍ଣ୍ଣନା କରିଥିଲେ |
ଏହି ସ୍ମୃତିସଭାରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ସହକାରୀ ପ୍ରଫେସର୍ ରମେଶ ଚନ୍ଦ୍ର ମଲ୍ଲିକ ମୁଖ୍ୟବକ୍ତା ରୂପେ ସ୍ମାରକୀ ବକ୍ତୃତା ପ୍ରଦାନ ପୂର୍ବକ ଭାଷାତତ୍ତ୍ୱ ବିଶ୍ଳେଷଣରେ ପ୍ର. ବାସୁଦେବ ସାହୁଙ୍କ ବିଚକ୍ଷଣତା, ସାହିତ୍ୟର ବିଭିନ୍ନ ବିଭାଗରେ ପାଣ୍ଡିତ୍ୟ ଓ ପ୍ରତିବଦ୍ଧତା, ଶ୍ରେଣୀକକ୍ଷ ଶିକ୍ଷାଦାନରେ ଆକର୍ଷକ ପ୍ରଭାବ ବିସ୍ତାରି ପାଠଦାନ ଶୈଳୀ ସମ୍ପର୍କରେ ଆଲୋକପାତ କରିଥିଲେ | ସ୍ମୃତିସଭାର ଅଧ୍ୟକ୍ଷ ଡ. ମହାପାତ୍ର ସଭାପତି ଅଭିଭାଷଣରେ ପ୍ର. ସାହୁଙ୍କ ଜୀବନର ମହନୀୟତା ଓ ଉଦାରତା ସମ୍ବନ୍ଧରେ ଆଲୋକପାତ କରିଥିଲେ |
ସ୍ମୃତି ପରିଷଦର କାର୍ୟ୍ୟ ନିର୍ବାହୀ ସମ୍ପାଦକ ତଥା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଉପସଚିବ ଡ. ରମେଶ ଚନ୍ଦ୍ର ବେହେରା କାର୍ୟ୍ୟକ୍ରମର ସଂଯୋଜନା କରିବା ସଂଗେ ସଂଗେ ପ୍ର. ସାହୁଙ୍କ ତ୍ୟାଗ-ତପସ୍ୟାପୂତ ଜୀବନ ସମ୍ପର୍କରେ ଉଲ୍ଲେଖ କରିଥିଲେ | ସ୍ମୃତି ପରିଷଦ ଉପ-ସଭାପତି ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ପ୍ରାକ୍-ସୂଚନା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ | ସମ୍ପାଦିକା ତଥା ପ୍ର. ସାହୁଙ୍କ ସୁପୁତ୍ରୀ ଡ. ଶାଶ୍ୱତୀ ସୌମ୍ୟା ସାହୁ ବାର୍ଷିକ ବିବରଣୀ ଉପସ୍ଥାପନ କରିବା ସଂଗେ ସଂଗେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ | ପ୍ରାରମ୍ଭରେ ଡ. କୁଳମଣି ଓଝାଙ୍କ ଜଗନ୍ନାଥାଷ୍ଟକ ଆବୃତ୍ତି ମଧ୍ୟରେ ଅତିଥିଗଣ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପ୍ର. ସାହୁଙ୍କ ପ୍ରତିକୃତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ | ପ୍ର. ସାହୁଙ୍କ ପୌତ୍ରୀ ଡ. ସୁଧନ୍ୟା ନାଥ ଓ ସୁପୁଣ୍ୟା ନାଥ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ | ଏହି ଅବସରରେ ବାଣୀବିହାର ଓଡ଼ିଆ ବିଭାଗରେ ଅନୁଷ୍ଠିତ ପ୍ର. ବାସୁଦେବ ସାହୁଙ୍କ ସାରସ୍ୱତ ପ୍ରତିଭା ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ଅର୍ଥରାଶି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା |
ଏହି ସ୍ମୃତିସଭାରେ ଡ. ପ୍ରଦୀପ କୁମାର ପଣ୍ଡା, ଡ. ରଞ୍ଜିତ କୁମାର ପରିଡ଼ା, ଡ. ମଦନ ମୋହନ ବେହେରା, ଡ. ଜ୍ୟୋତ୍ସ୍ନାମୟୀ ରାଉତ, ଡ. ସରୋଜ କୁମାର ପରିଡ଼ା, ଡ. ଇନ୍ଦ୍ରମଣି ନାଥ, ଡ. ସୁକାନ୍ତ କୁମାର ପଟ୍ଟନାୟକ, ଅଶୋକ କୁମାର ବେହେରା, ଡ. ନଳିନୀପ୍ରଭା ମହାପାତ୍ର, ରେବତୀକାନ୍ତ ମହାରଣା, ଦେବଦାସ ସାମନ୍ତରାୟ, ଡ. ସୁଧନ୍ୟା ନାଥ, ସୁପୁଣ୍ୟା ନାଥ, ଅନସୂୟା ସାହୁ, ସୁଧୀର କୁମାର ନାୟକ, ହେମନ୍ତ ବିଶ୍ୱାଳ, ପ୍ରସନ୍ନ କୁମାର ନାୟକ, ଡ. ସଂଘମିତ୍ରା ମହାପାତ୍ର, ପ୍ରଜ୍ଞା ପାରମିତା ପାତ୍ର, ଲଲାଟେନ୍ଦୁ ମାଝୀ,ହେମନ୍ତ ବିଶ୍ୱାଳ, ପ୍ରଭାତ କୁମାର କର ଓ ପଲ୍ଲବୀ ଦେବୀ ପ୍ରମୁଖ ଖ୍ୟାତିସମ୍ପନ୍ନ ଭାଷାବିଦ୍ ପ୍ର. ବାସୁଦେବ ସାହୁଙ୍କ ସାରସ୍ୱତ ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ କ୍ଷ ଶେଷରେ ଡ. ବେଣୁଧର ଦାସ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ |