Home ଆଞ୍ଚଳିକ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରଙ୍କ ବିରୋଧରେ ବାରମ୍ବାର ଖବର...

ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରଙ୍କ ବିରୋଧରେ ବାରମ୍ବାର ଖବର ପ୍ରସାରିତ ହେବା ପରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଶୂନ୍ୟ

43

ବିଷମକଟକ,୨୫/୭(ଜିଲ୍ଲା ଖବର) : ରାୟଗଡା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଚନ୍ଦ୍ର ପୁର ବ୍ଲକରେ ଜଳ ଯୋଗାଣ ନାମରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି ବିଷମକଟକ, ମୁନିଗୁଡା ଓ ଚନ୍ଦ୍ର ପୁର ବ୍ଲକ ଦାଇତ୍ୱରେ ଥିବା ପାନୀୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର ପାତ୍ର। ଆଜକୁ ବିଷମକଟକ ବ୍ଲକରେ ଗୋଟିଏ ସ୍ଥାନରେ ୨୦ ବର୍ଷରୁ ଉର୍ଦ୍ଧ୍ବ ଦିନ ଧରି ରହି ଦୁର୍ନୀତି ପରେ ଦୁର୍ନୀତି କରି ଚାଲିଥିବା ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି।ଜଳହିଁ ଜୀବନ ଜଳବିନା ସମାଜରେ ଜୀବଜନ୍ତୁ ଙ୍କ ଠାରୁ ଆରମ୍ଭ କରି ମନୁଷ୍ୟ ପର୍ୟ୍ୟନ୍ତ ବଞ୍ଚିବା ଅସମ୍ଭଵ। ତେଣୁ ଜନ କଲ୍ୟାଣ ନିମନ୍ତେ ସରକାର ବିଭିନ୍ନ ଯୋଜନାରେ ପାନୀୟଜଳ ଯୋଗାଇ ଦେବାକୁ ସମ୍ପୃକ୍ତ ଵିଭାଗକୁ ପର୍ୟ୍ୟାପ୍ତ ପରିମାଣରେ ଅର୍ଥ ଯୋଗାଇ ଦେଇଛନ୍ତି। ତାହା ଦୁର୍ନୀତି ଖୋର ଵିଭାଗୀୟ ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର ପାତ୍ର ଙ୍କ ପାଇଁ ଲୋକଙ୍କୁ ସୁଫଳ ଯୋଗାଇବାରେ ଵିଫଳତା ଦେଖା ଦେଇଛି। ତାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଉପାନ୍ତ ଅନୁସୂଚିତ ଜାତି /ଜନଜାତି ବହୁଳ ଚନ୍ଦ୍ରପୁରୁ ବ୍ଲକରେ ହୋଇଥିବା ବସୁଧା ଯୋଜନା।ଏଠାରେ ଵସୁଧା ଯୋଜନା ଫେଲ ମାରୁଥିବା ଵେଳେ ୨୦ ବର୍ଷ କାଳ ଗାଦି ମାଡି ବସିଥିବା କୋଟିପତି ଯନ୍ତ୍ରୀ ଅଚଳ ଟାଙ୍କିରେ ରଙ୍ଗମାରି ସରକାରୀ ତହଵିଲରୁ ଲୁଟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।ସୂଚନା ମୁତାବକ ବେଲାମଗୁଡା ପଞ୍ଚାୟତ ସଦର ମହକୁମାରେ ୪ଵର୍ଷ ହେଵ ଵସୁଧା ଯୋଜନାରେ ଓଭରହେଡ ପାଣିଟାଙ୍କି ନିର୍ମାଣ ହୋଇ ପାଇପ୍ ଅଧା ବିଛା ଯାଇଥିଲେ ମଧ୍ୟ ପାଣି ଆସିବା ନା ଧରିଲା ନାହିଁ ।ଲୋକମାନଙ୍କର ଯେଉଁ ଚୁଆ ଓ ନଦୀ ଉପରେ ପୂର୍ଵରୁ ଭରସା ଥିଲା ତାହା ପୁନର୍ମୂଷିକ ଭବଃ ହୋଇଗଲା। କିନ୍ତୁ ଅଚଳ ଟାଙ୍କି ହେଲେ ମଧ୍ୟ ଚଳିତ ବର୍ଷ ଭଳି ପ୍ରତିବର୍ଷ ଭାଵେ ରଙ୍ଗମାରୀ ଲକ୍ଷ ଲକ୍ଷ ଟଙ୍କା ବିଲ କରି ହରିଲୁଟକରୁଥିବା ଅଭିଯୋଗ ହେଉଛି। ଏହିପରି ବନ୍ଦିରୀ ବିଜାପୁରୁ,ନେହୁରୁପଙ୍ଗା ଗ୍ରାମମାନଙ୍କରେ ଓଭର ହେଡ ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ପାଣି ଟୋପେ ଲୋକଙ୍କୁ ମିଳୁନଥିବା ବେଳେ ରିପ୍ୟାରିଂ ଏବଂ ରଙ୍ଗମାରି ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରି ଚାଲିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ବସୁଧା ଯୋଜନା ଟାଙ୍କି କଣ ଏହି ଯନ୍ତ୍ରୀଙ୍କ ଆର୍ଥିକ ସମୃଦ୍ଧି ଵୃଦ୍ଧି କରି ବ୍ରହ୍ମପୁରୁ, ଭୁବନେଶ୍ବର ଏବଂ ଅନ୍ୟାନ୍ୟ ସ୍ଥାନରେ ଆଉ ଅଟ୍ଟାଳିକା ନିର୍ମାଣ ନିମନ୍ତେ ଏକପ୍ରକାର ସହାୟତା ଯୋଗାଇ ଦିଆଯାଉଛି କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ଏତିକିରେ ଦୁର୍ନୀତି ରେ ସରିନାହିଁ ସ୍ବଛଭାରତ ମିଶନ ନାମରେ ନିଜ ଲୋକ ଦ୍ଵାରା ବିଜାପୁରୁ ପଞ୍ଚାୟତରେ ଦୁଇଟା ଟିଣା କାଟି ଚାରିପଟ ଲଗାଇ ପାଇଖାନା ଆକୃତି କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଗଲେ। ସେହିପରି ବିଷମକଟକ ବ୍ଲକ କୁରୁଲୀ ପଂଚାୟତର ବଣ୍ଡିଲି ଗ୍ରାମରେ ଚାଟିକଣା ଡିକେଡିଏ ସଂସ୍ଥାର ଓପିଲିପି କରିଥିବା ପାନୀୟ ଜଳ ଯୋଗାଣ କାର୍ୟ୍ୟକୁ ଏହି ମହାଶୟ ଜଣକ ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ବିଭିନ୍ନ ଖବରକାଗଜରେ ଦୁର୍ନୀତି ସମ୍ପର୍କରେ ଖବର ବାରମ୍ବାର ପ୍ରସାରିତ ହେବା ପରେ ମଧ୍ୟ ଏପର୍ୟ୍ୟନ୍ତ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସମସ୍ତ ସରକାରୀ ସ୍ତରରେ ବଦଳି କରାଯାଉଥିବା ବେଳେ ଏହି ମହାଶୟଙ୍କ ବଦଳି ତାଲିକାରେ କାହିଁକି ନାମ ପ୍ରକାଶ ପାଇନାହିଁ ବୋଲି ବିଷମକଟକ ବ୍ଲକର ବରିଷ୍ଠ ଆଇନଜୀବି ଶ୍ରୀ ଦିଲୀପ କୁମାର ପଟ୍ଟନାୟକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ବାରମ୍ବାର କହିବା ପରେ ମଧ୍ୟ ଏପର୍ୟ୍ୟନ୍ତ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯଦି ଏହି ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର ପାତ୍ର ଙ୍କୁ ଅତି ଶିଘ୍ର ବଦଳି କରାନଯାଏ ତେବେ ଯେଉଁ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତାହେଲେ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ସୂଚନା ଦେଇଛନ୍ତି ଆଇନ୍ ଜିବୀ ଶ୍ରୀ ପଟ୍ଟନାୟକ। ଏହି ସମ୍ପର୍କରେ ଆମେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କୁମାର କଅର ଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଏହାର ତଦନ୍ତ କରିବି ବୋଲି କହିଛନ୍ତି।