ଯକ୍ଷ୍ମା ରୋଗୀଙ୍କୁ ସୁଷମ ଖାଦ୍ୟ ବଣ୍ଟନ

15

ଧରାକୋଟ,୨୪/୦୭(ଜିଲ୍ଲା ଖବର) : ଶୁଭକାମନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମ ଭି କେ ଅଶୋକ ଙ୍କ ନିର୍ଦ୍ଦେଶ କ୍ରମେ ଡାକ୍ତର ଯୁଧିଷ୍ଠିର ପ୍ରଧାନ,ବରିଷ୍ଠ ଯକ୍ଷ୍ମା ପର୍ଯ୍ୟବେକ୍ଷକ ପ୍ରଭାକର ଶତପଥୀ, ଶୁଭକାମନା ଟ୍ରଷ୍ଟ ଉପଦେଷ୍ଟା ଜଗନ୍ନାଥ ପଣ୍ଡା, ସଭ୍ୟ ଉମାକାନ୍ତ ପ୍ରଧାନ, ପିଣ୍ଟୁ ସ୍ୱାଇଁ ଏବଂ ମହାଲକ୍ଷ୍ମୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ଅଶୋକ ବେହେରା ଙ୍କ ଉପସ୍ଥିତି ରେ 20 ଜଣ ଯକ୍ଷ୍ମା ରୋଗୀଙ୍କୁ ସୁଷମ ଓ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇଛି । ଆଜି ଜାହାଡା ସେକ୍ଟର ଅନ୍ତର୍ଗତ ଜଗମୋହନ, ସିଙ୍ଗିପୁର, ଝାଡବନ୍ଧ, ଝରପାରି ଓ ଜାହାଡା ସ୍ବାସ୍ଥ୍ୟ ଉପକେନ୍ଦ୍ର ରେ 20 ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଓ ସୁଷମ ଖାଦ୍ୟ ପେକେଟ ବଣ୍ଟନ କରାଯାଇଥିଲା । ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ 65 ଜଣ ଯକ୍ଷ୍ମା ରୋଗୀଙ୍କୁ ଶୁଭକାମନା ଚାରିଟେବୁଲ ଟ୍ରଷ୍ଟ ର ଅଧ୍ୟକ୍ଷ ମନୋଜ କୁମାର ରଥ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ ଉତ୍ତର ଦାୟିତ୍ୱ ଗ୍ରହଣ କରିବା ସହ ପୁଷ୍ଟିକର ଖାଦ୍ୟ ଯୋଗାଇ ଆସୁଛନ୍ତି । ଆଜି ଦ୍ୱିତୀୟ ପର୍ଯ୍ୟାୟ ରେ 20 ଜଣକୁ ଏହା ବଣ୍ଟନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ସି ହେଚ ଓ ପ୍ରିୟଙ୍କା ଦିଗାଲ, ମହିଳା ସ୍ବାସ୍ଥ୍ୟ କର୍ମୀ ବିନେତା ବେହେରା, ଇମୋଜିନୀ ସେନାପତି, କୁମାରୀ ଗୌଡ଼, ଟେରେସା ରଇତ ପ୍ରମୁଖ ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ।