
ବିଷମକଟକ ୧୭-୭(ଜିଲ୍ଲା ଖବର) ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ କୁମାର ଡାମୁଣି ଅଙ୍ଗନବାଡ଼ି ସୁପର ଭାଇଜର ନିର୍ମଳା ଦେବୀ ଦୁଇ ମାସ ହେଲାଣି ବଦଳି ହୋଇ ହେଲେ ତାଙ୍କୁ ରିଲିଫ କରାଯାଇ ନଥିଲା। କିଛି ଦିନ ତଳେ ଅଙ୍ଗନବାଡ଼ି ଷ୍ଟାପ୍ ମାନଙ୍କୁ ଅଣଦେଖା କରୁଥିବା ସମ୍ପର୍କରେ ଆମେ ଖବର ପାଇବା ପରେ ଅଙ୍ଗନବାଡ଼ି ଉପସ୍ଥିତ ଅଧିକାରୀ, ଗୁଣୁପୁର ଉପଜିଲ୍ଲାପାଳ ଓ ରାୟଗଡ଼ା ଜିଲ୍ଲା ପାଳ ଙ୍କ ସହିତ ଯୋଗାଯୋଗ କରି ତାଙ୍କ ବିରୁଦ୍ଧରେ ଖବର ପ୍ରସାରିତ ହେବା ପରେ ତାଙ୍କୁ ରାୟଗଡ଼ା ବଦଳି କରାଯାଉଥିଲା। ବଦଳି ହୋଇ ଦୁଇ ମାସ ବିତିଯିବା ପରେ ମଧ୍ୟ ତାଙ୍କୁ ରିଲିଫ କରାଯାଇ ନଥିଲା। ଏହି ସମ୍ପର୍କରେ ଆମେ ଅଙ୍ଗନବାଡ଼ି ପ୍ରୋଗ୍ରାମ ଅଫିସର କମାଖୀ ପାଣ୍ଡିଆଙ୍କୁ ଯୋଗାଯୋଗ କରିବାରୁ ତାଙ୍କୁ ଆଜି ରିଲିଫ କରିଛନ୍ତି।



