

କୋଦଳା,ଜାନୁଆରୀ ୧୭ (ଗୁଲସନ୍ କୁମାର କର) ; ସ୍ଥାନୀୟ ଲକ୍ଷ୍ମୀ ନାରାୟଣ କନିଷ୍ଠ ମହାବିଦ୍ୟାଳୟରେ ସପ୍ତାହ ବ୍ୟାପୀ ସଡକ ସୁରକ୍ଷା ସପ୍ତାହ ଗତ ୧୧ ଜାନୁୟାରୀ ଠୁ ଆରମ୍ଭ ହୋଇ ୧୭ ଜାନୁୟାରୀରେ ଉଦଯାପିତ ହୋଇଛି। ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ ସହର ପରିକ୍ରମା କରି ଶେଷରେ ଏକ ବୈଠକ କଲେଜ ପରିସରରେ କରାଯାଇଥିଲା। ଅଧ୍ୟକ୍ଷ ଡ଼ଃ ସୀମାଞ୍ଚଳ ମୁନି ଉକ୍ତ ଉଦଯାପନୀ ସଭାରେ ସଭାପତିତ୍ୱ କରିଥିବାବେଳେ ଡ଼ଃ କ୍ଷୀରୋଦ ଚନ୍ଦ୍ର ମହାପାତ୍ର ଓ ଅଧ୍ୟାପକ ମାନେ ସଚେତନତା ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଲିଫଲେଟ ବଣ୍ଟନ କରାଯାଇଥିବା ବେଳେ ଶ୍ରୀ ମିହିର କୁମାର ପଟ୍ଟନାୟକ ଉକ୍ତ କାର୍ଯ୍ୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।



