
ବିଷମକଟକ -୧୩-୭(ଜିଲ୍ଲା ଖବର) ନିର୍ବାଚନ ଆସିଲେ ପାଖେଇ ଆସନ୍ତି ନେତା ମାଳମାଳ ପ୍ରତିଶୃତି ହେଲେ କାର୍ଯ୍ୟ ସରିଗଲା ପରେ ଆଉ ସେମାନଙ୍କ ଦେଖାମିଳେ ନାହିଁ। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡା ପଂଚାୟତରେ। ହାଟ ମୁନିଗୁଡା ପଂଚାୟତର ମାଳିଶିରିପୁର ଗ୍ରାମର ଏକ ଗରିବ ପରିବାରର ବାଳକ ନାମ ଉମେଶ ମିଣିଆକା ସେ ଆଜକୁ ପ୍ରାୟ ୫ ବର୍ଷ ଧରି ତାମିଲନାଡୁର ଏକ ସୂତା କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା । କିଛି ଦିନ ତଳେ ସେ ନିଜ ଘରକୁ ଫୋନ୍ କରି କହିଥିଲେ ମାଁ ମାଲିକ ଟଙ୍କା ମାଗିଲେ ଦେଉ ନାହାନ୍ତି ମୁଁ ବହୁତ ଅସୁବିଧାରେ ଅଛି। ଏତିକି କହି ଫୋନ୍ ରଖିଦେଲା ପୁଅ। ତାର ଚାରି ଦିନ ପରେ ତାଙ୍କ ଘରକୁ ଫୋନ୍ ଆସିଲା ଯେ ତୁମ ପୁଅ ମରିଯାଇଛି। ତୁମେ ଆସ ବୋଲି ତାଙ୍କ ସୂତା କାରଖାନାରୁ ଫୋନ୍ ଆସିଥିବାବେଳେ ତାଙ୍କ ପରିବାର ଲୋକେ ବେଙ୍ଗାଳୁରୁ ରେ ତାଙ୍କ ଗ୍ରାମର ଆଉ କିଛି ପିଲା ଶ୍ରମିକ ଭାବେ କାମ କରୁଥିଲେ ସେ ତାଙ୍କୁ ଫୋନ୍ କରି କହିଲେ ଯେ ମୋ ପୁଅ ତାମିଲନାଡୁର ସୂତା କାରଖାନାରେ ମରିଯାଇଛି ଟିକିଏ ଯାଆନ୍ତୁ ବୋଲି ଜଣାଇବା ପରେ ସେମାନେ ଯାଇ ଦେଖିଲା ବେଳକୁ ତାର ମୃତ୍ୟୁ ଘଟିଛି । ନିଯ ପରିବାର କୁ ମୃତ ଦେହ ଦିଆଯିବ ନାହିଁ ବୋଲି କହିଲେ ସୂତା କାରଖାନାର ମାଲିକ। ଏହି ଖବର ଶୁଣି ଆମେ ଆଜକୁ ପ୍ରାୟ ଦଶ ଦିନ ଧରି ବାରମ୍ବାର ଫୋନ କରିବା ପରେ ମଧ୍ୟ ସେ ଫୋନ୍ ରିସିବ୍ କରିନଥିଲେ। ଏଠି ଗୋଟିଏ ପ୍ରଶ୍ନ ଉଠୁଛି ଯେ ଯଦି ଗୋଟିଏ ସାଂସଦ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଫୋନ ଉଠାଉ ନାହାନ୍ତି ସେ ଜନପ୍ରତିନିଧି ମାନଙ୍କ ଫୋନ କପରି ଉଠାଇ ବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏପରି ଅନେକ ଥର ଏପରି ହୋଇଛି ସେ ଯେଉଁ ଦିନ ଠାରୁ ସାଂସଦ ପ୍ରତିନିଧି ଭାବେ ନିର୍ବାଚିତ ହେଲେ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ କୌଣସି ଗଣମାଧ୍ୟମ ପ୍ରତିନିଧି ବା କୌଣସି ଜନସାଧାରଣ ମାନଙ୍କ ଫୋନ୍ ଉଠାନ୍ତି ନାହିଁ। ଏପରି ସାଂସଦ ଙ୍କୁ କିପରି ଭରଷା କରାଯିବ ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।



