Sunday, October 11, 2026
Home ଆଞ୍ଚଳିକ ହାଟ ମୁନିଗୁଡା ନୂତନ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଉଦଘାଟିତ

ହାଟ ମୁନିଗୁଡା ନୂତନ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଉଦଘାଟିତ

111

ବିଷମକଟକ,୧୨-୭(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡା ପଞ୍ଚ।ୟତ ରାମ ମନ୍ଦିର ପାଶ୍ୱର୍ରେ ଆଜି ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। କଲ୍ୟାଣ ମଣ୍ଡପ ଉଦ୍ଘାଟନ କାର୍ଯ୍ୟକ୍ରମରେ ବୈଦିକ ରୀତି ନିତୀ ଓ ପୂଜାର୍ଚ୍ଚନା ସହ ଉଦ୍ଘାଟନୀ ପାଳନ ହୋଇଯାଇଛି । ସ୍ଥାନୀୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧ୍ୟକ୍ଷ ଶ୍ରୀ ସୁଧୀର ଦାସ , ରାୟଗଡ଼ା ଜିଲ୍ଲା ପାଳ ଶ୍ରୀ ମତି ସୁଧା ଦେବ ସିଂ , ବିଷମକଟକ ବିଡ଼ିଓ ଶ୍ରୀ ସଦାଶିବ ନାୟକ, ବ୍ଲକ ଭାଇସ୍ ଚେୟାର ମ୍ୟାନ ଶ୍ରୀ ଦେବୀ ପଟ୍ଟନାୟକ, ଜେଇ ଦୀପକ କୁମାର ନାୟକ,ପି ଇ ଓ ମଳୟ ନାୟକ, ପୁରୁଷ ତମ ବିଭା, ବିଷମକଟକ ବ୍ଲକ ଅଧ୍ୟକ୍ଷା ଶ୍ରୀ ଯୋଶଦା ହୁଇକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ଅନୁସୟା ମାଝୀ, କ ଜୋନର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀ ସୁଯତା କାଡାରାକା, ବିଷମକଟକ ବ୍ଲକର ବରିଷ୍ଠ ଆଇନଜୀବି ତଥା ଖଦୀ ବୋର୍ଡ ଅଧ୍ୟକ୍ଷ ଶ୍ରୀ ପୃଥିବୀ ରାଜ ସାହୁ, ବରିଷ୍ଠ ବିଜେଡି ନେତା ଜ୍ୟୋତି ପ୍ରସାଦ ସାହୁ,ସରପଞ୍ଚ ନାରାୟଣ ହୁଇକା,ସମିତି ସଭ୍ୟ, ମୁନିଗୁଡା ବ୍ଲକ ବିଜେଡି ସଭାପତି ଶ୍ରୀ ରତନ ଲାଲ ଜୈନ, କଲ୍ୟାଣ ମଣ୍ଡପ ଠିକାଦାର ଶ୍ରୀ ଅନିଲ କୁମାର ତାରିଣୀ,ତଥା ଅନେକ ବିଜେଡି ନେତୃବୃନ୍ଦ ଓ ଗ୍ରାମ ବାସୀ ମାନେ ଉପସ୍ଥିତ ଥିଲେ। ସ୍ଥାନୀୟ ଠିକାଦାର ଶ୍ରୀ ଅନୀଲ ତାରିଣୀ ଓ ସ୍ଥାନୀୟ ବିଜେଡି ନେତା ଜ୍ୟୋତି ପ୍ରସାଦ ସାହୁ ଙ୍କ ସତ ଉଦ୍ୟମରେ ନିର୍ମାଣ ହୋଇଥିବା ଏଇ ସୁନ୍ଦର କଲ୍ୟାଣ ମଣ୍ଡପ ର ଉଚ୍ଚ ମାନର କାର୍ଯ୍ୟ ପନ୍ଥା କୁ ବୁଦ୍ଧିଜୀବୀ ଓ ପ୍ରଶାସନିକ ଅଧିକାରୀ ମହଲ ରେ ପ୍ରଶଂସା ର ପାତ୍ର ସାଉଁଟି ଥିବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ପାଳ ସମ୍ମାନୀତ କରିଛନ୍ତି। ଏହି କାର୍ଯ୍ୟକ୍ରମ ଟିକୁ ପଂଚାୟତର ସମସ୍ତ ସରକାରୀ କର୍ମଚାରୀ ଓ ଠିକାଦାର ଅନୀଲ କୁମାର ତାରିଣୀ ପରିଚାଳନା କରୁଥିଲେ।