Wednesday, October 14, 2026
Home ଆଞ୍ଚଳିକ କୋଦଳା ଥାନା ତରଫରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ

କୋଦଳା ଥାନା ତରଫରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ

169

କୋଦଳା,ଜାନୁଆରୀ ୧୭ (ଗୁଲସନ୍ କୁମାର କର) ; ଗଞ୍ଜାମ ଜିଲା କୋଦଳା ଥାନା ପକ୍ଷରୁ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି।ଏହି ସଚେତନତା ଶୋଭାଯାତ୍ରା କୋଦଳା ଓ ବେଗୁନିଆପଡାରେ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ଆଇଆଇସି ଦେବାଶିଷ ମହାନ୍ତି, ଏସଆଇ ଅନୀଲ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ନିଜ ଅଭିଭାଷଣରେ ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଜନସାଧାରଣଙ୍କୁ ସଚେତନତା କରାଇବା କହିଥିଲେ। ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧିବା, ଟ୍ରାଫିକ ନିୟମ ମାନି ଗାଡ଼ି ଚଳାଇବା, ସିଟ୍‍ ବେଲ୍ଟ ପିନ୍ଧିବା, ଦ୍ରୁତ ଗତିରେ ଗାଡ଼ି ନ ଚଳାଇବା, ମାଦକ ଦ୍ରବ୍ୟ ସେବନ କରି ଗାଡ଼ି ନ ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନ କରିବା, ଗାଡ଼ିର କାଗଜପତ୍ର ଠିକ୍‍ କରି ସର୍ବଦା ନିଜ ପାଖରେ ରଖିବା ଆଦି ନିୟମ ସମ୍ପର୍କରେ ଉପସ୍ଥିତ କଲେଜ ଛାତ୍ରଛାତ୍ରୀ, ଶିକ୍ଷାବିତ, ବୁଦ୍ଧିଜୀବି, ସାମ୍ବାଦିକବନ୍ଧୁ ଓ ଅଞ୍ଚଳବାସୀମାନଙ୍କୁ ସଚେତନତା କରିବା ସହିତ ନିୟମକୁ ନ ମାନିଲେ ସାମ୍ପ୍ରତିକ ପରିସ୍ଥିତିରେ କିଭଳି ଦୁର୍ଘଟଣା ଘଟି ଧନଜୀବନ ଚାଲିଯାଉଛି ସେ ସମ୍ପର୍କରେ କହିଥିଲେ। ସଚେତନତା ଶୋଭାଯାତ୍ରା ବେଳେ ଛାତ୍ରଛାତ୍ରୀ ଓ ପୁଲିସ କର୍ମଚାରୀ ହେଲମେଟ ପିନ୍ଧିଥିବା ବ୍ୟକ୍ତିଙ୍କୁ ଗୋଲାପ ଫୁଲ ଦେଇ ସମ୍ବର୍ନ୍ଧନା କରିଥିବା ବେଳେ ହେଲମେଟ ପିନ୍ଧିନଥିବା ବ୍ୟକ୍ତିଙ୍କୁ ହେଲମେଟ ପିନ୍ଧିବା ପାଇଁ ଅନୁରୋଧ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ କୋଦଳା ଥାନାଧିକାରୀ ଦେବାଶିଷ ମହାନ୍ତି ପରିଚାଳନା କରିଥିଲେ।