
ଗୁଣପୁର,୧୧/୦୭(ଜିଲ୍ଲା ଖବର) : ଗୁଣପୁର ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଶେଷ ବର୍ଷ ସମ୍ମାନ ଛାତ୍ର ଓ ଛାତ୍ରୀଙ୍କୁ ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ର ଓ ଛାତ୍ରି ମାନଙ୍କ ଦ୍ଵାରା ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ କରାଯାଇଥିଲା। ଏହି ସଭାରେ ପୂର୍ବତନ ବିଭାଗୀୟ ମୁଖ୍ୟ ତଥା ଅଧ୍ୟକ୍ଷ ଜି.ମ ହେଶ୍ଵର ରାଓଙ୍କୁ ସମ୍ବର୍ଧିତ କରାଯାଇଥିଲା । ଅଧ୍ୟକ୍ଷ ଶଶୀ ଭୂଷଣ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧ୍ୟାପକ ଡ. ସୂର୍ଯ୍ୟପଣ୍ଡା ।ଜବାହାର ଚଉଧୁରି, ଅଧ୍ୟାପକ ର ମାକାନ୍ତ ଅଧ୍ୟାପିକା।ବନ୍ଦିତା ଧୁରୁଆ,ଉପସ୍ଥିତ ରହି ଛାତ୍ର ଓ ଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ବିଭାଗୀୟ ମୁଖ୍ୟ ନମିତା ମୁଦୁଲିଙ୍କ ଦ୍ଵାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଶ୍ରୀମତି ମିଶ୍ର ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ଛାତ୍ରୀ ଗିତାଞ୍ଜଳି ରଇତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ସ୍ନାତକ ପରିକ୍ଷାରେ କୃତି ଛାତ୍ର ଛାତ୍ରି ମାନଙ୍କୁ ସମ୍ମାନିତ କରାଯାଇଥିଲା ।



