ଓଡ଼୍ର ଖଣ୍ଡାୟତ କାଳଞ୍ଜୀ ସମାଜର ବୈଠକ

25

ଧରାକୋଟ,୧୧/୦୭(ଜିଲ୍ଲା ଖବର) : ଧରାକୋଟ ବ୍ଲକ ବେଠୁଆର ମଣ୍ଡଳ ଓଡ୍ର ଖଣ୍ଡାୟତ କାଲଞ୍ଜୀ ସମାଜର ସାଂଗଠନିକ ବୈଠକ ନିକଟସ୍ଥ ମା ଘୋଡ଼ାଦେଇ ଶକ୍ତି ପୀଠରେ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଉପ ସଭାପତି ଦେବରାଜ ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ଶିଶୁପାଳ ଜେନା ବିଭୁ ପ୍ରାର୍ଥନା ଗାନ କରିବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ନୂତନ ସଭାପତି ଭାବେ ହରିହର ସ୍ବାଇଁ, ଉପ ସଭାପତି ଭାବେ ଦେବରାଜ ସ୍ୱାଇଁ,ସାଂଗଠନିକ ସମ୍ପାଦକ ଭାବରେ ଭଗବାନ ଜେନା,ସମ୍ପାଦକ ଭାବରେ ରଜନୀ କାନ୍ତ ଜେନା ଏବଂ ଉପଦେଷ୍ଟା ଭାବରେ ସୁଶାନ୍ତ ସ୍ୱାଇଁ ମନୋନୀତ ହୋଇଥିଲେ ।ପୂର୍ବ ବୈଠକ ର ବିବରଣୀ ପାଠ ପରେ ଏହାର ସମାଧାନ କରାଯିବା ସହ ମହାସଭାର ନିଷ୍ପତିକୁ ସ୍ବାଗତ କରାଯାଇଥିଲା । ସଂଗଠନ କୁ ସୁଦୃଢ କରିବା ସହ ସମାଜରେ ଶୃଙ୍ଖଳା ବଜାୟ ରଖିବା,ଯୌତୁକ ପ୍ରଥା ବନ୍ଦ କରିବା, ବାଲ୍ୟ ବିବାହ ରୋକିବା,ବାହାଘର ଖର୍ଚ୍ଚକୁ ସୀମିତ ରଖିବା ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜର ସଦସ୍ୟ ବରିଷ୍ଠ ସାମ୍ବାଦିକ ହୃଦାନନ୍ଦ ଜେନା,ପାଇକ ରଞ୍ଜନ ପଲାଇ, ବେଠୁଆର ମହାଭାରତ ନାଟକର କଳାକାର ବିଦେଶୀ ବିଶୋଇ, ଦେବରାଜ ସ୍ୱାଇଁ, ହର୍ଷ ବିଶୋଇ ଓ ରବିନ୍ଦ୍ର ବିଶୋଇ ଙ୍କୁ ସମାଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକରେ ଡାକିବଜା ଗ୍ରାମ୍ୟ କମିଟି ସଭାପତି ଶିଶୁପାଳ ଜେନା, ବେଠୁଆର ସଭାପତି ଅଚ୍ୟୁତାନନ୍ଦ ସ୍ୱାଇଁ,ଜଗନ୍ନାଥପୁର ସଭାପତି ସନ୍ୟାସୀ ବିଶୋଇ,ଧରାକୋଟ ସଭାପତି ମିଲୁ ସ୍ୱାଇଁ, ଜାନବିଲି ସଭାପତି ଦେବରାଜ ସ୍ୱାଇଁ, ଚଞ୍ଚରା ପଲି ସଭାପତି ସଞ୍ଜୟ ଜେନା ଓ ପଦ୍ମପୁର ସଭାପତି ପଞ୍ଚାନନ ପ୍ରଧାନ ଙ୍କ ସମେତ ସମସ୍ତ ଗାଁର ସମାଜ ଭାଇ ମାନେ ଉପସ୍ଥିତ ରହିଥିଲେ।