
ଆସିକା,୧୦/୭(ଜିଲ୍ଲା ଖବର) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସମ୍ଭାଗ କାର୍ଯ୍ୟଳୟ କୁରୁଡା, ବାଲେଶ୍ବର ଠାରେ ଚଳିତ ବର୍ଷର ପ୍ରାନ୍ତ ଅଭ୍ଯାସ ବର୍ଗ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ରାଜ୍ୟ ରେ ସାଂଗଠନିକ ସ୍ଥିତି, ଆଗାମୀ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ବିଷୟକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ଶ୍ରୀ ଗୋବିନ୍ଦ ନାୟକ କାର୍ଯ୍ୟକର୍ତ୍ତା ମାନଙ୍କୁ ସେବା ସର୍ବୋପରି କୁ ନେଇ ମାର୍ଗଦର୍ଶନ କରିଥିଲେ । ବର୍ଗର ଶେଷ ଦିନରେ ଆଗାମୀ ଶିକ୍ଷାବର୍ଷ ୨୦୨୩-୨୪ ନିମନ୍ତେ ରାଜ୍ୟ ସଭାପତି ଗାର୍ଗୀ ବାନାର୍ଜୀ ଙ୍କ ଦ୍ଵାରା ଦାୟିତ୍ୱ ପ୍ରଦାନ କରାଯାଇଛି । ବୁଗୁଡ଼ା ଅଞ୍ଚଳରେ ଛାତ୍ର ନେତୃତ୍ୱ ଶ୍ରୀମାନ୍ ରାକେଶ ଜେନା ଙ୍କୁ ଘୁମୁସର ଜିଲ୍ଲା ସଂଯୋଜକ ଦାୟିତ୍ୱ ପ୍ରଦାନ କରାଯାଇଛି । ଦୀର୍ଘ 2ବର୍ଷ ଧରି ସଂଗଠନରେ ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ କୁ ସଠିକ୍ ଭାବେ ତୁଲାଇ ଆସିଛନ୍ତି । ସର୍ବଦା ସେବା ହିଁ ସର୍ବୋପରି ବ୍ରତୀ ରାକେଶ ଙ୍କ ନୂତନ ଦାୟିତ୍ୱ ପାଇଁ ବିଭିନ୍ନ ସମାଜସେବୀ ଏବଂ ଶୁଭେଚ୍ଛୁ ଅଭିନନ୍ଦନ ଜଣାଇଛନ୍ତି ।ସେହିଭଳି ଗଂଜାମ ବିଭାଗ ର ବିଭାଗ ସଂଗଠନ ସମ୍ପାଦକ ଭାବେ ଟୁକୁନା ମଲ୍ଲିକ, ଗଞ୍ଜାମ ବିଭାଗ ସଂଯୋଜକ ଭାବେ ଅନିଲ କୁମାର ସ୍ୱାଇଁ, ଘୁମୁସର ଜିଲ୍ଲା ସହ ସଂଯୋଜକ ଭାବରେ ଗୋବିନ୍ଦ ବେବର୍ତ୍



