ଗୌରୀ ମିଶ୍ର ହତ୍ୟାକାଣ୍ଡ ମାମଲା

62


ଗୁଣୁପୁର, ୧/ ୦୭ : ଥାନା କେସ ନଂ ୮୨/୨୩ରେ ମୃତ ଗୌରୀ ପ୍ରସାଦ ମିଶ୍ରଙ୍କ ଘର ଗୁଣୁପୁର ପୋଷ୍ଟ ଅଫିସ ସାହିରେ। କାମ୍ପ ସାହି ଗୁଣୁପୁରର ରେଜିଚେତି ଗୋପୀ ହେଉଛନ୍ତି ମୃତକଙ୍କ ଘନିଷ୍ଠ ବନ୍ଧୁ। ୨୦୦୯ ମସିହାରେ ଉଭୟଙ୍କ ପାରସ୍ପରିକ ବୁଝାମଣାରେ ଗୋପି ୧୫ ଲକ୍ଷ ଟଙ୍କା ବିନିମୟରେ ଗୁଣୁପୁର ସହରର କେନ୍ଦ୍ରସ୍ଥଳରେ ଥିବା ୨ ଏକର ୮୮.୫ ଡେସିମିଲ ପରିମିତ ଏକ ବ୍ୟବସାୟିକ ପ୍ଲଟକୁ ବଲାଙ୍ଗୀରର ଭି. ପୋଲନାଇଡୁ ଓ ଭି. ସନ୍ୟାସିଆଙ୍କଠାରୁ କିଣିଥିଲେ। ମୃତ ଗୌରୀ ପ୍ରସାଦ ମିଶ୍ର ଜମି ମାଲିକଙ୍କ ଠାରୁ ପାୱାର ଅଫ ଆଟର୍ଣ୍ଣି ହାସଲ କରିଥିଲେ ଏବଂ ଗୋପୀଙ୍କୁ ମୋଟ ଜମିରୁ ୨.୫୦ ଏକର ବିକ୍ରି କରିଦେଇଥିଲେ। ସେହି ପ୍ରକ୍ରିୟାରେ, ମୃତକ ୩୮.୫ ଡେସିମିଲ ଜମିକୁ ନିଜ ନାମରେ ପରିବର୍ତ୍ତନ କରିଥିଲେ ଯଦିଓ ଜମିର ସମ୍ପୂର୍ଣ୍ଣ ମୂଲ୍ୟ ଗୋପୀ ଏବଂ ତାଙ୍କ ଭାଇ ଜଗନ୍ନାଥ ବହନ କରିଥିଲେ, ମୃତ ଗୌରୀ ପ୍ରସାଦ ମିଶ୍ର ଉକ୍ତ ଜମିକୁ କିଣିବା ସମୟରେ ମୃତକ ଜଗନ୍ନାଥଙ୍କୁ ବିଭିନ୍ନ କିସ୍ତିରେ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା କରିଥିଲେ। କାରଣ ସେହି ମୃତ ବ୍ୟକ୍ତି ଜଣକ ଉକ୍ତ ଜମିର କିଛି ଅଂଶ ନିଜ ନାମରେ ରେକର୍ଡ କରିବାକୁ ଜଗନ୍ନାଥଙ୍କ ଉପରେ ଚାପ ପକାଉଥିଲେ। ଏହା ଉପରେ ମୃତକ ଏବଂ ଜଗନ୍ନାଥଙ୍କ ମଧ୍ୟରେ ଶତ୍ରୁତାର ସୂତ୍ରପାତ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ସେମାନେ ମୃତ ଗୌରୀ ପ୍ରସାଦ ମିଶ୍ରଂକ ପ୍ରତି ପ୍ରତିଶୋଧ ପରାୟଣ ହୋଇଥିଲେ । ଜଗନ୍ନାଥଙ୍କ ପୁଅ ରେଜିଚେତି କ୍ରିଷ୍ଣା, ତାଙ୍କ ଭିଣୋଇ ଗୋବିନ୍ଦ ଜେଡ୍ ଜିକେ, ବନ୍ଧୁ ଆକାଶ କୁମାର ବଡପୁ ଏବଂ କକା ଦାସେରୀ ଭେଙ୍କଟ ରାଓ ମିଶି ହତ୍ୟା ପାଇଁ ଷଡୟନ୍ତ୍ର କରିଥିଲେ। ଏହି ଯୋଜନାକୁ ରୂପାୟନ କରିବା ପାଇଁ ସେମାନେ ଗୁଣୁପୁର ଟାଉନର (ରାଜା) ଭି ରାଜେଶଙ୍କୁ ୩୦ ଲକ୍ଷ ଟଙ୍କାର ସୁପାରି ଦେବାକୁ ନିଷ୍ପତି /ଡିଲ ହୋଇଥିଲା । ପ୍ରଥମେ କ୍ରିଷ୍ଣା ମେ ୩ ତାରିଖରେ ରାଜାଙ୍କୁ ୧ ଲକ୍ଷ ଟଙ୍କା ଅଗ୍ରୀମ ଦେଇ ପରବର୍ତ୍ତୀ ସମୟରେ ଆଉ ଏକ ଲକ୍ଷ ୯୦ ହଜାର ଟଙ୍କା କିସ୍ତି ଆକାରରେ ଦେଇଥିଲେ। ଏହା ପରେ ୧୩ ମଇ ୨୦୨୩ ସନ୍ଧ୍ୟାରେ ମୃତକ ଜଣକ ବଂଶଧାରା ନଦୀ ପୋଲ ଉପରେ ବନ୍ଧୁଙ୍କ ଗହଣରେ ବସିଥିଲେ, ଅଭିୟୁକ୍ତ ରାଜା ଦୁଇ ଜଣ ସହଯୋଗୀଙ୍କ ସହ ମିଶି ଏକ ନୀଳ ରଙ୍ଗର ଆଭେଞ୍ଜର ମୋଟର ସାଇକେଲରେ ସେଠାରେ ପହଞ୍ଚିଥିଲା ଏବଂ ରାଜା ଏକ ଦେଶ ତିଆରି ଛୋଟ ବନ୍ଧୁକରୁ ମୃତକଙ୍କ ଉପରେ ଏକ ରାଉଣ୍ଡ ଗୁଳି ଚଳାଇଥିଲା। ଗୁଳିମାଡ଼ରେ ଘଟଣାସ୍ଥଳରେ ହିଁ ମୃତକଙ୍କ ମୃତ୍ୟୁ ଘଟିଥିଲା। ଅପରାଧ ଘଟାଇବା ପରେ, ରାଜା, କୃଷ୍ଣଙ୍କୁ ସୁପାରି ଡ଼ିଲର ବକେୟା ଅର୍ଥ ଦେବାକୁ ଦାବି କରିଥିଲେ ନଚେତ୍ ଏହି ବିଷୟରେ ସର୍ବସାଧାରଣରେ ପ୍ରକାଶ କରିବାକୁ ଚେତାବନୀ ଦେଇଥିଲେ। ରାଜାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟେଇବା ପାଇଁ ପାଇଁ କୃଷ୍ଣ ଗୋବିନ୍ଦ ଜେଡ୍ ଜିକେ, ମୁନା ପିଡିକା, ବିନୋଦ ବାଉରୀ ଓ କଟ୍ଟାପାଲି ଅରୁଣ କୁମାରଙ୍କ ସହ ମିଶି ଷଡୟନ୍ତ୍ର ରଚିଥିଲେ। ଯୋଜନା ମୁତାବକ ୧୬.୦୬.୨୦୨୩ରେ ବଳକା ଟଙ୍କା ଦେବା ବାହାନାରେ କୃଷ୍ଣ ଓ ଗୋବିନ୍ଦ ରାଜାଙ୍କୁ ବିଶାଖାପାଟଣା ଆସିବାକୁ ନିମନ୍ତ୍ରଣ କରିଥିଲେ। ସେହି ଅନୁସାରେ ଜୁନ୍ ୧୭ ତାରିଖ ସନ୍ଧ୍ୟାରେ ରାଜା ବିଶାଖାପାଟଣାରେ ପହଞ୍ଚି ବେଳାଭୂମି ନିକଟ ହୋଟେଲ-୯୯ରେ ବସିଥିଲେ। ଗତ ଜୁନ୍ ୧୮ ତାରିଖ ସନ୍ଧ୍ୟାରେ କୃଷ୍ଣ, ଗୋବିନ୍ଦ ନିଜ ସାଙ୍ଗ ବିନୋଦା, ଚିଣ୍ଟୁ ଓ ମୁନାଙ୍କ ସହ ଏକ କିଆ ଗାଡ଼ିରେ ବିଶାଖାପାଟଣାରେ ପହଞ୍ଚିଥିଲେ। ଗତ ୧୯.୦୬.୨୩ ତାରିଖ ସନ୍ଧ୍ୟାରେ ସେମାନେ ରାଜାଙ୍କୁ ଭାଇଜାଗ୍ ଟାଉନ୍ ର ବାହାର ଅଞ୍ଚଳରେ ଥିବା ଏକ ମଦ ଦୋକାନରେ ପହଞ୍ଚିବାକୁ କହିଥିଲେ। ସେଠାରେ ରାଜା ପହଞ୍ଚିବା ପରେ ସେମାନେ ତାଙ୍କୁ ମଦ ପାର୍ଟି ବାହାନାରେ ନିକଟସ୍ଥ ଜଙ୍ଗଲକୁ ନେଇଯାଇଥିଲେ ଏବଂ ସେଠାରେ ଏକ ପ୍ଲାଷ୍ଟିକ ରଶି ସାହାଜ୍ୟରେ ଗଳାଚିପି ହତ୍ୟା କରିଥିଲେ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ମୃତଦେହକୁ ସେହିଠାରେ ପୋତି ଦେଇଥିଲେ