Thursday, November 12, 2026
Home ଆଞ୍ଚଳିକ ଶିକ୍ଷକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଶିକ୍ଷକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

66

ଧରାକୋଟ,୧/୭ : ଧରାକୋଟ ବ୍ଳକର ଓଳମ୍ବା ସ୍ଥିତ ଵାଲୁକେଶ୍ଵର ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ‌ରାଜେନ୍ଦର ପ୍ରସାଦ ପାଣିଗ୍ରାହୀଙ୍କ ବିଦାୟ କାଳିନ ସମ୍ବର୍ନ୍ଧନା ଉତ୍ସବ ବିଦ୍ୟାଳୟ ପରିସରର ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶିଶିର ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ‌ଧରାକୋଟ ଏଵିଇ ଓ ଉମାଚରଣ ପାଣିଗ୍ରାହୀ,ମୁଖ୍ୟ ବକ୍ତା ଭାବେ ରୁଗୁମୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଚିରାଓ ଦୋରା , ସମ୍ମାନିତ ଅତିଥି ଭାବେ ଅଵସର‌ପାପ୍ରା ଶିକ୍ଷକ ଶ୍ରୀ ଗୋପାଳକୃଷ୍ଣ ସ୍ଵାଇଁ, ପୂର୍ବତନ ସଭାପତି ସୁଧାକର ସ୍ବାଇଁ, ପୂର୍ବତନ ସମ୍ପାଦକ ପ୍ରସନ୍ନ ସ୍ୱାଇଁ ଯୋଗଦେଇ ଅବସର ଗ୍ରହଣ କରିଥିବା ଶିକ୍ଷକ ରାଜେନ୍ଦ୍ର ପାଣିଗ୍ରାହୀଙ୍କ ଛାତ୍ର ବତ୍ସଳ, ସମୟା ନୁ ବର୍ତିତା, ପରୋପକାରୀ ଗୁଣ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ତାଙ୍କର ନିରାମୟ ଓ ଦୀର୍ଘ ଜୀବନ କାମନା ଅତିଥି ମାନେ କରିବା ସହ ମାନପତ୍ର ଓ ଉପଢ଼ୌକନ ଦେଇ ବିଦାୟୀ ଶିକ୍ଷକ ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । କାର୍ୟ୍ୟକ୍ରମକୁ ଶିକ୍ଷକ ନିଶାକର ପାତ୍ର ପରିଚାଳନା କରିଥିବା ବେଳେ ଓ କ୍ରୀଡ଼ା ଶିକ୍ଷକ ମଙ୍ଗୁଳୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ