
ବ୍ୟୁରୋ ରିପୋର୍ଟ : ଏହି ଡିଭିଜନର କାର୍ଯ୍ୟରତ ଥିବା ଅଧକ୍ଷତ ଯନ୍ତ୍ରୀ। ଚଳିତ ବର୍ଷ ଖରିଫ ଋତୁରେ ଚାଷ ଜମିକୁ ପାଣି ମଡାଇବା ପାଇଁ କେନାଲ ଗୁଡ଼ିକର ରକ୍ଷଣାବେକ୍ଷଣ କୁ ଆଜିଯାଏଁ କରିନାହାନ୍ତି। ବର୍ତ୍ତମାନ ଓଡ଼ିଶା କୁ ମୌସୁମୀ ପ୍ରବେଶ କରିବା ପରେ ଏହି କାମ କରାଯିବାକୁ ସେ ଚାହୁଁଛନ୍ତି। ଅର୍ଥାତ୍ ଏହି କେନାଲରେ କିମ୍ବା ନଦୀ , ବନ୍ଧ ରେ କିଛି କାମ ନ କରିବା ଫଳରେ ବିଲକୁ ସେ ଅପେକ୍ଷା କରିଛନ୍ତି।
ଗତ୨୦୨୧ ମସିହାରେ ତତ୍କାଳୀନ ମୁଖ୍ୟଯନ୍ତ୍ରୀ କାର୍ଯ୍ୟ ନିୟନ୍ତ୍ରଣ କରି। ଏହି ଡିଭିଜନକୁ ଏକ କୋଟି ପଚିସି ଲକ୍ଷ ଟଙ୍କା ବିଭିନ୍ନ ନଦୀର ଦୁର୍ବଳ ନଦୀ ବନ୍ଧ ମାନଙ୍କ ମରାମତି ପାଇଁ ନେଇଥିଲେ। କିନ୍ତୁ ଅଧ୍ୟକ୍ଷତା ଯନ୍ତ୍ରୀ ମହାଶୟ ସେହି। କାମ ନ କରି ଫେରାଇ ନେଇଥିଲେ। ଯାହା ଫଳରେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼, ହିଞ୍ଜିଳିକାଟୁ ବ୍ଳକ ଅଞ୍ଚଳ ରେ ଋଷିକୁଲ୍ୟା, ଘୋଡ଼ାହାଡ ଓ ବଡ଼ ନଦୀରେ ଉପୁଜିଥିବା ଦୁର୍ବଳ ନଦୀମାନଙ୍କର ମରାମତି କାର୍ଯ୍ୟ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ।
ଗତ ୨୦୨୦-୨୦୨୧ ଆର୍ଥିକ ବର୍ଷରୁ ଆସିକା ସାଂସଦ ଏବଂ କିଛି ବିଧାୟକ ସେମାନଙ୍କ ଅଞ୍ଚଳ ରେ ଉନ୍ନୟନ ମୂଳକ କାର୍ଯ୍ୟ କରିବାପାଇଁ ସାଂସଦ ପାଣ୍ଠି ଏବଂ ବିଧାୟକ ପାଣ୍ଠିଙ୍କ ଦ୍ବାରା ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ ସୁଦ୍ଧା ସେହି କାର୍ଯ୍ୟ ର ବିଲ ଠିକାଦାରଙ୍କୁ ପୈଠ ନ କରି ରାଜ୍ୟ ସରକାର ଓ କେନ୍ଦ୍ରସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ନଜରକୁ ଆସିଛି ଏବଂ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। ବିଧାୟକ ଏବଂ ସାଂସଦ ମାନଙ୍କ ନିଜର ଚୌକି ପାଇଁ ତପ୍ତର ନି କିଛି ଅଞ୍ଚଳ ର ଉନ୍ନତି ଉନ୍ନତି ପାଇଁ।
ଅଧ୍ୟକ୍ଷତା ଯନ୍ତ୍ରୀ ଏଠାକୁ ଆସିବା ପରେ ଆସିକା ଜଳସମ୍ପଦ ସବଡଇଭଇଜନ ଜଳରେ କେତେକ କାର୍ଯ୍ୟ ବିଲରେ ସହଯୋଗ ନିର୍ବାହୀ ଯନ୍ତ୍ରୀଙ୍କ ଚେକ ମେଜରମେଣ୍ଟ ନ କରି ନିଜେ ଅଧ୍ୟକ୍ଷତା ଯନ୍ତ୍ରୀ ବିଲ ପେମେଣ୍ଟ କରିଛନ୍ତି। ଯାହା ଙ୍କ p.w.d କୋଡର ନିୟମ କରୁଥିବା ଅଟେ। ଏହି ଦୁର୍ନୀତି ର ଉଚ୍ଚସ୍ତରୀୟ ତଦନ୍ତ କଲେ। ଏହି ଡିଭିଜନର ଚାଲିଥିବା ଦୁର୍ନୀତି ର ପଦ୍ଦାଫାସ ହେବ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଅଞ୍ଚଳର ଚାଷୀମାନେ କିଭଳି ଅସୁବିଧା ସମ୍ମୁଖୀନ ହେଉଛନ୍ତି ତାହା ଲୋକ ଲୋଚନକୁ ଆସିବ।




