
ଗୁଣପୁର,୩୦/୬ : ଗୁଣପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜି. ମହେଶ୍ଵର ରାଓ ଅବସର ଗ୍ରହଣ କଲାପରେ ପ୍ରାଧ୍ୟାପକ ଶଶୀଭୂଷଣ ମହାନ୍ତି ନୂତନ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ପ୍ରାଧ୍ୟାପକ ମହାନ୍ତି ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଅଟନ୍ତି । ସେ ଅଧ୍ୟକ୍ଷ ଭାର ଗ୍ରହଣ କରିବାପରେ ମହାବିଦ୍ୟାଳୟର ସମସ୍ତ ପ୍ରକାର ଉନ୍ନତି ସହ ପିଲାଙ୍କ ପାଠପଢ଼ା ପାଇଁ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ତାଙ୍କୁ ଗୁଣପୁର ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅଭିନନ୍ଦନ ଜଣାଇଛନ୍ତି । ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ସଦସ୍ୟ ଓ ଗୁଣପୁର ଅଞ୍ଚଳର ବୁଦ୍ଧିଜିବୀ ମହଲରୁ ମଧ୍ୟ ପ୍ରଶଂସାର ସୁଅ ଛୁଟିଛି ।ଗୁଣୁପୁର ରୁ ରାମନାଥ ମହାନ୍ତି



