Tuesday, October 13, 2026
Home ଆଞ୍ଚଳିକ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ

17

ଗୁଣୁପୁର – ୨୯/୬/୨୩-ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସଦ୍ୟ ପ୍ରକାଶ ପାଇଥିବା ସ୍ନାତକ ପରିକ୍ଷାରେ ଗୁଣପୁର ମହାବିଦ୍ୟାଳୟର ରସାୟନ ବିଜ୍ଞାନର ବିଭାଗର ସମ୍ମାନର ଛାତ୍ରୀ ସୁଶ୍ରୀ ଗାୟତ୍ରୀ ଦାସ ଦ୍ଵିତୀୟ ସ୍ଥାନ ଓ ଛାତ୍ର ମାନସ କୁମାର ରାଜୁ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ କମ୍ପୁଟର ସାଇନସ୍ ବିଭାଗର ଲାକୋଜି ଅନୀଲ ଅଷ୍ଟମ ସ୍ଥାନ ଅଧିକାର କରି ଗୁଣୁପୁର ମହାବିଦ୍ୟାଳୟର ଟେକ ରଖିଛନ୍ତି। ଏହି ସଫଳତା ପାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଜି ମହେଶ୍ୱର ରାଓ, ରସାୟନ ବିଜ୍ଞାନର ମୂଖ୍ୟ ପ୍ରାଧ୍ୟାପକଶଶୀ ଭୂଷଣ ମହାନ୍ତି, ଅନ୍ୟାନ୍ୟ ବିଭାଗ ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।ଏହି ସଫଳତା ନିମନ୍ତେ କୃତୀ ଛାତ୍ରଛାତ୍ରୀ ସେମାନଙ୍କ ବିଭାଗୀୟ ମୁଖ୍ୟ ମାନଙ୍କୁ ଶ୍ରେୟ ଦେଇଛନ୍ତି |