Thursday, November 12, 2026
Home ଆଞ୍ଚଳିକ ଗ୍ରେଡ ପେ ବୃଦ୍ଧି ଦାବି ରେ ଆସିକା ଅମଲା ମିଳିତ ମଞ୍ଚ ତରଫରୁ ସଜବାଜ

ଗ୍ରେଡ ପେ ବୃଦ୍ଧି ଦାବି ରେ ଆସିକା ଅମଲା ମିଳିତ ମଞ୍ଚ ତରଫରୁ ସଜବାଜ

17

ଆସିକା,୨୦/୫(ଜିଲ୍ଲା ଖଵର ) : ଗ୍ରେଡ଼ ପେ ବୃଦ୍ଧି ଦାବି ରେ ଆସିକା ଅମଲା ମିଳିତ ମଞ୍ଚ ତରଫରୁ ଶ୍ରୀ କିରଣ କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇସାରିଛି I ଦୀର୍ଘ ଦିନ ଧରି ରାଜ୍ୟ ରେ କାର୍ଯ୍ୟରତ ଅମଲା ମାନେ ସେମାନଙ୍କ ଉପରେ ଥିବା କାର୍ଯ୍ୟ ଦାୟିତ୍ୱ ଏବଂ ଶିକ୍ଷାଗତ ଯୋଗ୍ୟତା ଭିତିରେ ଗ୍ରେଡ଼ ପେ Rs.4200 ବାରମ୍ବାର ଦାବି କରି ଆସୁଅଚ୍ଛି କିନ୍ତୁ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବାରୁ ସଙ୍ଘ କ୍ଷୋଭ ପ୍ରକାଶ କରିଛି I ଏହାର ପ୍ରତିବାଦରେ ଆସନ୍ତା 22.05.2023 ତାରିଖ ଠାରୁ 31.05.2023 ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ରୁ ଅଧିକ ଦିନ ଧରି କଳାବ୍ୟାଚ ପରିଧାନ କରିବେ I ରାଜ୍ୟ ସରକାର ତଥାପି ଅମଲା ମାନ ଙ୍କ ଦାବି ପୂରଣ ନ କରନ୍ତି ତେବେ ରାଜ୍ୟ ର ସମସ୍ତ ଅମଲା, ରାଜ୍ୟ ମିଳିତ ମଞ୍ଚ ର ନିର୍ଦେଶକ୍ରମେ ଆସନ୍ତା ଜୁନ 01 ତାରିଖ ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ କୁ ଓହ୍ଲାଇବେ I ପ୍ରକାଶ ଥାଉ କି ରାଜ୍ୟ ସରକାର ଙ୍କ ଅମଲା ଚାକିରୀ ସର୍ତ୍ତାବଳି ରେ ଗ୍ରାଜୁଏସନ ସହ କମ୍ପୁଟର ଶିକ୍ଷା ବାଧ୍ୟତା ମୁଳକ କରିଥିବା ବେଳେ ସମସ୍ତ ଅମଲା ଦୁଇଟି ଲିଖିତ ପରୀକ୍ଷା ଏବଂ ଗୋଟିଏ କମ୍ପୁଟର ଜ୍ଞାନ ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ସରକାର ଙ୍କ ଚାକିରୀ ରେ କୁଶଳୀ କର୍ମଚାରୀ ଭାବେ ଯୋଗଦାନ ଦେଇ ସରକାର ଙ୍କ ବିଭିନ୍ନ କାର୍ଯ୍ୟାଳୟ ରେ ଫାଇଲ ଠୁ ଆରମ୍ଭ କରି ଜରୁରୀ କାଳୀନ ସେବା ଯଥା Covid-19, ବାତ୍ୟା ଓ ବନ୍ୟା ଭଳି ଅପାତକାଳୀନ ପରିସ୍ଥିତି ରେ କାର୍ଯ୍ୟ କରି ଆସୁଅଛନ୍ତି I ସେମାନଙ୍କୁ ଗ୍ରେଡ଼ ପେ Rs.4200 ପ୍ରଦାନ ନ କରିବା ଅତ୍ୟନ୍ତ ପରିତାପ ର ବିଷୟ ବୋଲି ବୈଠକ ରେ ଥିବା ଆସିକା ବ୍ଲକ ରେ ଅନ୍ତର୍ଭୁକ୍ତ କାର୍ଯ୍ୟାଳୟ ଯଥା କୃଷି, ତହସିଲ, ବ୍ଲକ, ଟ୍ରେଜେରୀ, ସବ୍ ରେଜିଷ୍ଟ୍ରାର, ଶିକ୍ଷା, ଏବଂ ARCS ଇତ୍ୟାଦି ଏହିଭଳି ଆସିକା ବ୍ଲକ ରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଅମଲା ମାନେ ରେ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଆସନ୍ତା ଜୁନ ୦୧ ଠାରୁ ସମୂହ ଛୁଟି ଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଅଛି।
ଏହି ସଭାରେ ଶ୍ରୀ ସନ୍ତୋଷ କୁମାର ଗୌଡ଼ ସଭା ର ଉଦେଶ୍ୟ ବିଷୟରେ ଅବଗତ କରାଇଥିବା ବେଳେ ମଞ୍ଚରେ ବରିଷ୍ଠ ଅମଲା ଶ୍ରୀ ତୋଫାନ ଗୌଡ଼, ଶ୍ରୀ ଜଗନ୍ନାଥ ଦାସ ଏବଂ ଶ୍ରୀ ସତ୍ୟ ନାରାୟଣ ପାଣିଗ୍ରାହୀ ମଞ୍ଚରେମଞ୍ଚାସିନ ରହିଥିଲେ। ଶ୍ରୀମତୀ ସୁନୀତା ପାତ୍ର, ମିସ୍ ମାନିନୀ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ଡାକୁଆ, କୃଷ୍ଣ ପାତ୍ର, ସୁରେଶ ମିଶ୍ର, ସନ୍ତୋଷ ନାୟକ, ମୁର୍ତୁଞ୍ଜୟ ତ୍ରୀପାଠୀ, ସୌଦାଗର ଦଳାଇ, ଜ୍ଞାନଚନ୍ଦ ମହାନ୍ତି ଓ ଦେବରାଜ ସାହୁ ଙ୍କ ସହ ବହୁ ଅମଲା ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।