Sunday, October 11, 2026
Home ଆଞ୍ଚଳିକ ବ୍ଲକ୍ ଟପ୍ପର ହେଲେ ସୁମିତ ସାହୁ ,ଭବିଷ୍ୟତରେ ଡାକ୍ତର ହେବା ଲକ୍ଷ

ବ୍ଲକ୍ ଟପ୍ପର ହେଲେ ସୁମିତ ସାହୁ ,ଭବିଷ୍ୟତରେ ଡାକ୍ତର ହେବା ଲକ୍ଷ

37

ଉମରକୋଟ-୧୮/୫: ଆଜି ପ୍ରକାଶ ପାଇଥିବା ଦଶମ ଶ୍ରେଣୀ ପରୀକ୍ଷା ଫଳରେ ସରକାରୀ ୟୁଜି ଉଚ୍ଚ ବିଦ୍ୟାଳୟ, ଉମରକୋଟ ର ସୁମିତ ସାହୁ ସମୁଦାୟ ୬୦୦ ନମ୍ବରରୁ ୫୪୦ ବା ୯୦ ପ୍ରତିଶତ ନମ୍ବର ରଖି ଉମରକୋଟ ବ୍ଲକ ଟପ୍ପର ହୋଇଛନ୍ତି। ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ର ୯୦ ଜଣ ପିଲା ପରୀକ୍ଷା ଦେଇଥିଲେ ୯୦ ପିଲା ପାସ ହୋଇଛନ୍ତି ସେଥି ମଧ୍ୟରୁ ଇ୧- ୧ ଇ୨- ୧୭ ଈ୧- ୩୯ ଈ୨-୨୪ ଉ- ୫ ଊ- ୩ ଓ ଋ- ୧ ପିଲା ଙ୍କ ମଧ୍ୟରୁ ସୁମିତ ସାହୁ ବ୍ଳକ ଟପ୍ପର ହୋଇଛନ୍ତି ,ପିତା ସୁଧାକାର ସାହୁ ମାତା ଲକ୍ଷ୍ମୀପ୍ରିୟା ସାହୁ ଙ୍କ ପୁତ୍ର ସୁମିତ ପିଲା ଦିନରୁ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ବର୍ତ୍ତମାନ ବ୍ଲକ୍ ଟପ୍ପର ହୋଇ ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି। ସୁମିତ ବର୍ତ୍ତମାନ ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନରେ ନାମ ଲେଖାଇ ପାଠ ପଡ଼ିବା ସହ ଆଗକୁ ନିଟ ପାଈଁ ପ୍ରସ୍ତୁତ ହୋଇ ଭବିଷ୍ୟତରେ ଡାକ୍ତର ହୋଇ ଲୋକଙ୍କ ସେବା ନିୟୋଜିତ ହେବେ ବୋଲି କହିଛନ୍ତି। ସୁମିତ ଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି ସେ ତାଙ୍କ ଏହି ସଫଳତା ର ଶ୍ରେୟ ପିତା ମାତା,ପରିବାର ସଦସ୍ୟ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ ଚରଣ ନାୟକ ଓ ନମିତା ବିଶ୍ଵାସ ଶିକ୍ଷୟିତ୍ରୀ ରୀନାରାଣୀ ବେହେରା ଶିକ୍ଷକ ବୁଲୁ ଗୈଡ ଶିକ୍ଷୟିତ୍ରୀ ସୋରିତା କୁମାରୀ ରଥ ଶିକ୍ଷୟିତ୍ରୀ ସବନାରାଣୀ ସାହୁ ପୂରବି ରଥ ଶିକ୍ଷକ ରାଜେନ୍ଦ୍ର ସେଠୀ ପୂଜା ବିଶ୍ଵାସ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ ଶିକ୍ଷୟିତ୍ରୀ କଲ୍ୟାଣୀ ଆଚାରୀ ଶିକ୍ଷୟିତ୍ରୀ ସୁନିତା ପରିଛା ଶିକ୍ଷୟିତ୍ରୀ ସୁକାନ୍ତି ମହାରଣା ଓ ଟ୍ୟୁସନ ସାରଙ୍କୁ ଶ୍ରେୟ ଦେଇଛନ୍ତି ।।