ମ୍ୟାଟ୍ରିକ ପରୀକ୍ଷାରେ ପ୍ରିୟଙ୍କା ବ୍ଲକ ଟପର

20

ଧରାକୋଟ,୧୮/୫: ପ୍ରକାଶ ପାଇଥିବା ମ୍ୟାଟ୍ରିକ ପରୀକ୍ଷା ଫଳାଫଳ ଧରାକୋଟ ବ୍ଲକ ର ଛାତ୍ର ଛାତ୍ରୀ ମାନଙ୍କ ସନ୍ତୋଷ ଜନକ ହୋଇଛି । ବ୍ଲକର ୨୧ ଗୋଟି ଉଚ୍ଚ ବିଦ୍ୟାଳୟ ର ମିଳିଥିବା ଫଳାଫଳ ଅନୁଯାୟୀ ଧରାକୋଟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ପ୍ରିୟଙ୍କା ଗୌଡ଼ ୫୪୦ ନମ୍ବର ରଖି ଇ୧ ଗ୍ରେଡ ପ୍ରଥମ ସ୍ଥାନ ସହ ବ୍ଲକ ଟପର, ମୁଣ୍ଡମରାଇ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରେଶ୍ମା କୁମାରୀ ଜେନା ୫୨୭,ଇ୨ ଦ୍ୱିତୀୟ ସ୍ଥାନ, ଜାହାଡା ଉଚ୍ଚ ବିଦ୍ୟାଳୟର ଛାତ୍ର ବିପ୍ଳବ ପ୍ରଧାନ ୫୨୩,ଇ୨ ତୃତୀୟ ସ୍ଥାନ ଓ ବାସୁଦେବ ଉଚ୍ଚ ବିଦ୍ୟାଳୟର ଛାତ୍ର ସନ୍ତୋଷ ସାହୁ ୫୧୬,ଇ୨ ଚତୁର୍ଥ , ପ୍ରସ୍ତାବିତ ଉଚ୍ଚ ବିଦ୍ୟାଳୟ ସରଧା ପୁରର ଛାତ୍ର ଭୋଳା ଶଙ୍କର ପାତ୍ର ୫୦୮,ଇ୨ ପଞ୍ଚମ ସ୍ଥାନ ବ୍ଲକ ସ୍ତରରେ ଅଧିକାର କରିଛନ୍ତି। ଚଳିତ ବର୍ଷ ଧରାକୋଟ ବ୍ଲକର ୯୩% ପ୍ରତିଶତ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷାରେ ସଫଳତାର ସହ କୃତକାର୍ୟ୍ୟ ହୋଇଥିବାରୁ ଅଭିଭାବକ ମହଲରେ ସନ୍ତୋଷ ପ୍ରକାଶ ପାଇଛି।