
ଗୁଣୁପୁର, ୧୬/୫ : ଗୁଣପୁର ଅଞ୍ଚଳରେ ହୋଇଥିବା ସାଧାରଣ ଜନତାଙ୍କ ତଥାକଥିତ ଆର୍ଥିକ ହେରଫେର ମାମଲା ରେ ଜଣେ ସାମ୍ବାଦିକ ଭାବେ ସମାଧାନ କରିବାକୁ ଯାଇ ମିଥ୍ୟା ମୋକଦ୍ଦମା ରେ ଛନ୍ଦି ହୋଇଥିବା ରଞ୍ଜିତ ପାଢୀ ଙ୍କ ମ୍ୟାଟ୍ରିକ ବ୍ୟାଚ ତଥା ୧୯୯୫ ମସିହାରେ ଗୁଣୁପୁର ସହରରେ ଥିବା ୪ ଗୋଟି ସରକାରୀ ସ୍କୁଲ ରେ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଆଜି ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଦାବୀ କରି ଉପଜିଲ୍ଲାପାଳ ଶ୍ରୀ ଲଳିତ କୁମାର କଂହର ଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକପତ୍ର ରେ ସ୍ଥାନୀୟ ପୋଲିସ କେସ ନମ୍ବର ୭୮ ତା ୬ ମଇ ୨୦୨୩ ରେ ଧାରା ୪୨୦,୧୨୦(ଈ) ତଥା ଓପିଆଇଡି ୨୦୧୧ ପ୍ରକାରେ ଅଧିନିୟମ ପ୍ରକାରେ କୌଣସି ସାମୟିକ ତଦନ୍ତ ନକରି ମନ୍ଦ ଉଦ୍ଦେଶ୍ୟ ରେ ରଞ୍ଜିତ ପାଢ଼ୀ ଙ୍କୁ ଯୋଡି ଦିଆଯାଇଥିବା ଉଲ୍ଲେଖ କରାଯିବା ସହ ରଞ୍ଜିତ ପାଢ଼ୀ ଗୁଣପୁର ର ବିଭିନ୍ନ ଉନ୍ନୟନ କାର୍ୟ୍ୟ ରେ ଜଡ଼ିତ ରହି ଶତାୟୁ ଉଚ୍ଚ ବିଦ୍ୟାଳୟ ର ଉନ୍ନତି ତଥା ଶତବାର୍ଷିକୀ ଉତ୍ସବ ପରିଚାଳନା କରିବା, ବଂଶଧାରା ନଦୀ ଜଳ ସୁରକ୍ଷା ନିମନ୍ତେ ଦାବୀ ଉଠାଇବା, ଗୁଣପୁର ରେ ଡାକ୍ତର ମାନଙ୍କ ଅଭାବ ସମୟରେ ଗୁଣପୁର ବାସୀଙ୍କ ଦାବୀ ଦୃଢ଼ତା ର ସହ ରଖିବା, କରୋନା କାଳରେ ଅସହାୟ ଙ୍କୁ ଭୋଜନ ଯୋଗାଇବା , ସାମାଜିକ ସଂସ୍କୃତିକ ଉତ୍ଥାନ ନିମନ୍ତେ ବଂଶଧାରା ବସନ୍ତ ମହୋତ୍ସବ ଭଳି ସର୍ବ ଆଦୃତ କାର୍ୟ୍ୟକ୍ରମ କରି ଗୁଣପୁର ବାସୀଙ୍କ ନିମନ୍ତେ କାର୍ୟ୍ୟ କରିବା ।ଏଭଳି ଜନ ଆଦୃତ ବ୍ୟକ୍ତି ଙ୍କୁ ମନ୍ଦ ଉଦ୍ୟେଶ ରେ ମିଥ୍ୟା ମକଦ୍ଦମା ରେ ଯୋଡିବା ଯୋଗୁଁ ସ୍ମାରକପତ୍ର ରେ ନିନ୍ଦା କରାଯିବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ନ୍ୟାୟୋଚିୟ ଓ ନିରପେକ୍ଷ ତଦନ୍ତ କରିବାକୁ ଅନୁରୋଧ କରାଯାଇଛି । ଆଜି ଏହି ସ୍ମାରକପତ୍ର ପ୍ରଦାନ ସମୟରେ ମ୍ୟାଟ୍ରିକ ଆଲୁମିନା ୧୯୯୫ ବ୍ୟାଚ୍ ପକ୍ଷ୍ୟରୁ କାଉନ୍ସିଲର ଶିବ ପାଢି, ଲାୟନ୍ସ କ୍ଲବ ସଭାପତି ସୁମନ୍ ପାତ୍ର, ଶିବ ପୂଜାରୀ, ଏସ୍ ତିରୁମଲ୍ଲା, ଅଶୋକ ଶତପଥୀ, କିରଣ ପଣ୍ଡା, କ୍ରିଷ୍ନା ପ୍ରସାଦ ମହାନ୍ତି, ଏଲ୍ ଶ୍ରୀନୁ, କୈଳାଶ ମହାନ୍ତି ପ୍ରମୂଖ. ଉପସ୍ଥିତ ରହି ଉପଜିଲ୍ଲାପାଳଙ୍କ ସହ ସକାରାତ୍ମକ ଆଲୋଚନା କରି ଏହି ଦାବୀ ପତ୍ର ପ୍ରଦାନ କରିଥିଲେ।




