ଆସିକାରେ ଶ୍ୟାମଳାଇ ମୁଠାର ଖମ୍ବେଶ୍ବରୀ ପାଟଣା ସାହି କମିଟି ଗଠନ

13

ଆସିକା,୧୪/୫- ଗଞ୍ଜାମ ଜିଲ୍ଲା ପୂର୍ବ ଖଣ୍ଡ ରଜକ ସମାଜ ଅନ୍ତର୍ଗତ ଶ୍ୟାମଳାଇ ମୁଠା ଆସିକା ଖମ୍ବେଶ୍ବରୀ ପାଟଣା ସାହି କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଆସିକା ଖମ୍ବେଶ୍ବରୀ ପାଟଣା ସ୍ଥିତ ଶୈବପୀଠ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକକୁ ରାଜେନ୍ଦ୍ର ସେଠି ସଭାପତିତ୍ୱ କରିଥିଵା ବେଳେ ଉପସଭାପତି ରୂପେ ସୁରେନ୍ଦ୍ର ସେଠି,କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର ସେଠି,ଉପଦେଷ୍ଟା ଅମର ସେଠି,ଅନ୍ୟତମ ଉପଦେଷ୍ଟା କବିରାଜ ସେଠି ପ୍ରମୁଖ ଯୋଗ ଦେଇ ଥିଲେ ।। ଏହି ବୈଠକରେ ଶତାଧିକ କୂଳ ସମାଜ ଭାଇ ଓ ଭଉଣି ଯୋଗ ଦେଇଥିଲେ । ଏଥିରେ କୂଳ ସମାଜର ଉନ୍ନତି ମୂଳକ କାର୍ଯ୍ୟ ସାଙ୍ଗକୁ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ସମାଜରେ ପରସ୍ପର ପ୍ରତି ସମ୍ମାନ ଓ ଦୁଃଖ ସୁଖରେ କିଭଳି ସାମିଲ ହେବେ ଏବଂ କୁଳ ସମାଜର ଗୁରୁତ୍ୱପୂର୍ଣ୍ଣ ବିଷୟରେ କିପରି ମୁକବିଲା କରାଯିବ ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ପୂର୍ବ ଖଣ୍ଡ ରଜକ ସମାଜ ଅନ୍ତର୍ଗତ ଶ୍ୟାମଳାଇ ମୁଠା ଖମ୍ବେଶ୍ବରୀ ପାଟଣା ସାହିର ନୂତନ କମିଟି ଗଠନ କରାଯାଇଥିଲା । ନୂତନ କମିଟି ଭାବେ ସଞ୍ଜୟ କୁମାର ବେହେରା, ଦେଵେନ୍ଦ୍ର ବେହେରା, ଅନୋଜ ବେହେରା, ନରସିଂହ ବେହେରା ପ୍ରମୁଖଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ଶେଷରେ କୁଳ ସମାଜ ର ମଙ୍ଗଳ କାମନା ପାଇଁ ଶପଥ ପାଠ କରାଯାଇଥିଲା ।