Monday, October 12, 2026
Home ଆଞ୍ଚଳିକ ୨୭ ତାରିଖରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣ ଧାରଣା

୨୭ ତାରିଖରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣ ଧାରଣା

32
ଗଂଜାମ ଜିଲ୍ଲାର ଆଦିବାସୀ ବନବାସୀଙ୍କୁ ଜମି ଓ ଜଙ୍ଗଲ ଅଧିକାର ପଟ୍ଟା ଓ ସମସ୍ତ ମୌଳିକ ସୁବିଧା ନିମନ୍ତେ ଦାବି

ବ୍ରହ୍ମପୁର, (ଲକ୍ଷ୍ମୀନରାୟଣ ମିଶ୍ର) ; ଗଂଜାମ ଜିଲ୍ଲାରେ ବସବାସ କରିଆସୁଥିବା ଆଦିବାସୀ ମାନେ ଲଗାତାର ଅବହେଳାର ଶିକାର ହୋଇ ଆସିଛନ୍ତି । ପ୍ରାୟତଃ ଭୂମିହୀନ ଓ ଗୃହହୀନ ହେତୁ ସରକାରୀ ଜମିରେ ବର୍ଷ ବର୍ଷ ଧରି ଚାଷ ଓ ବାସ କରି ଆସୁଥିଲେ ମଧ୍ୟ ବାରମ୍ବାର ଦାବି କରିବା ସତ୍ୱେ ସେମାନଙ୍କୁ ପଟ୍ଟା ଦିଆଯାଉନାହିଁ । ୨୦୦୬ ମସିହାରେ ଜଙ୍ଗଲ ଅଧିକାର ଆଇନ ଲାଗୁ ହେବା ପରେ ମଧ୍ୟ ପିଢୀ ପିଢୀ ଧରି ଜଙ୍ଗଲ ଜମିରେ ଚାଷ ଓ ବାସ କରି ଆସୁଥିବା ବେଳେ ଜିଲ୍ଲାର ଆଦିବାସୀ ଓ ପାରମ୍ପରିକ ବନଜୀବିମାନେ ଜଙ୍ଗଲ ଅଧିକାର ନ ପାଇଁ ଲଗାତାର ଭାବେ ଜଙ୍ଗଲ ଅଧିକାରୀଙ୍କ ଶୋଷୋଣ ଓ ନିର୍ୟ୍ୟାତନାର ଶିକାର ହୋଇଆସିଛନ୍ତି ।

ବେଆଇନ ଭାବେ ୬୬୧୩ଟି ଜଙ୍ଗଲ ଅଧିକାର ଦରଖାସ୍ତକୁ ଜିଲ୍ଲାର ପ୍ରଶାସନ ପକ୍ଷରୁ ନାକଚ କରି ଦିଆଯାଇଛି । ଗଂଜାମ ଜିଲ୍ଲାର ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନଜୀବିଙ୍କ ବିଭିନ୍ନ ସମସ୍ୟା ର ସମାଧାନ ଦାବିରେ ଏକ ବଡ଼ ଧରଣର ଗଣ ଆନ୍ଦୋଳନ ଗଢି ତୋଳିବା ଉଦ୍ଦେଶ୍ୟରେ ଜିଲ୍ଲାରେ ଆଦିବାସୀଙ୍କ ମଧ୍ୟରେ କାର୍ୟ୍ୟରତ ଛଅଟି ସଂଗଠନ ପକ୍ଷରୁ ମିଳିତ ଭାବେ ଗଂଜାମ ଜିଲ୍ଲାର ବ୍ରହ୍ମପୁର ଗଂଜାମ କଳା ପରିଷଦ ଠାରେ ଏକ ଗଣ କନଭେନସନର ଆୟୋଜନ କରାଯାଇଛି । ଏଥରେ ଅଖିଳ ଭାରତୀୟ କିସାନ ମଜଦୁର ସଭାର ଜାତୀୟ ସମ୍ପାଦକ ଭାଲୁଚନ୍ଦ୍ର ଷଡ଼ଙ୍ଗୀ ,ରାଜ୍ୟ ସମ୍ପାଦକ ପ୍ରତାପ ନାୟକ ଆଦିବାସୀ ନେତା ଲକ୍ଷ୍ମୀକାନ୍ତ ବିଷୋୟୀ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହେବେ ।