
ଧରାକୋଟ,୧୩/୫ : ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟଳୟ ତରଫରୁ ବ୍ଲକର 50 ଗୋଟି ସରକାରୀ ଉଚ୍ଚ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର 50 ଜଣ ଶିକ୍ଷକଙ୍କୁ ନେଇ ବର୍ଣ୍ଣାଳୀ ତାଲିମ ଶିବିର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବରଡାବାଲି ଠାରେ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ ଚନ୍ଦ୍ର ସେନାପତି ଏହି ଶିବିରକୁ ଉଦଘାଟନ କରିଥିବା ବେଳେ ବି ଆର ସି ସି ତଥା ଏ ବି ଇ ଓ ପ୍ରଦୀପ କୁମାର ହୋତା, ଉମା ଚରଣ ପାଣିଗ୍ରାହୀ ଓ ପ୍ରଦୀପ କୁମାର ଶତପଥୀ ଅତିଥି ଭାବରେ ଯୋଗଦେଇଥିଲେ । ସମ୍ବଳ ଶିକ୍ଷକ ଭାବରେ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଓ ପ୍ରଜ୍ଞା ପ୍ରକାସିନି ପଟ୍ଟନାୟକ ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ଏହାର ସଂଯୋଗିକରଣ ପ୍ରସଙ୍ଗ ଉପରେ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପାତ୍ର ଶିବିର ପରିଚାଳନା କରିଥିବା ବେଳେ ରୁଗୁମୁ ସି ଆର ସି ସି କାଳୁ ଚରଣ ଗୌଡ଼ ସମର୍ଥକ ଭାବେ ଯୋଗଦେଇଥିଲେ ।



