ଜିଆଇଇଟି ବିଶ୍ୱବିଦ୍ୟାଳୟରେ ପାଞ୍ଚଦିନିଆ ସ୍ଵଳ୍ପ କାଳୀନ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦଯାପିତ

6

ଗୁଣୁପୁର,୧୩-୫ : ଜିଆଇଇଟି ବିଶ୍ଵବିଦ୍ୟାଳୟ ଓ ଜାତୀୟ ବୈଷୟିକ ଶିକ୍ଷକ ତାଲିମ୍ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ ମିଳିତ ଆନୁକୁଲ୍ୟରେ ଗତ ପାଞ୍ଚଦିନ ଧରି ଚାଲିଥିବା ସ୍ଵଳ୍ପ କାଳୀନ ଶିକ୍ଷକ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି। ଆଜିର ଏହି ଶିବିରରେ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ପ୍ରଫେସର ଡ. ସୁସ୍ମିତ ପ୍ରସାଦ ପାଣି ଆଭାସି ମାଧ୍ୟମରେ ଯୋଗଦେଇ ଏହି ଶିବିର ଦ୍ଵାରା ଅଧ୍ୟାପକ, ଅଧ୍ୟାପିକା ମାନଙ୍କର ଗୁଣାତ୍ମକ ଶିକ୍ଷାଦାନରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ବିଶ୍ଵବିଦ୍ୟାଳୟର କୁଳପତି ଡ. ଏ ଭି ଏନ ଏଲ୍ ଶର୍ମା, ସମ୍ମାନିତ ଅତିଥି ଭାବେ ଜାତୀୟ ବୈଷୟିକ ଶିକ୍ଷକ ତାଲିମ୍ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନର ଭୁବନେଶ୍ୱର କେନ୍ଦ୍ରର ପରାମର୍ଶଦାତା ଉତ୍କଳ ରଞ୍ଜନ ଦାସ ଓ ତାଲିମ ଦାତା ସହଯୋଗୀ ଅଧ୍ୟାପିକା ଡ. ହବିବା ହୁସେନ୍ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଏହି କାର୍ୟ୍ୟକ୍ରମରେ ଅଧ୍ୟାପିକା ତନୟା ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ସ୍କୁଲ୍ ଅଫ ଇଞ୍ଜନିୟରିଂ ଏଣ୍ଡ ଟେକ୍ନୋଲଜିର ଡିନ ଡ. ଏ ବି ଶ୍ରୀନିବାସ ରାଓ ଧନ୍ୟବାଦ ଅର୍ପଣ କରିଥିଲେ।ଗତ ପାଞ୍ଚଦିନ ଧରି ଚାଲିଥିବା ଏହି ଶିବିରରେ ବିଶ୍ଵବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ। ଏହି ଶିବିରକୁ ଅଧ୍ୟାପକ ଡ. ବ୍ରଜ କିଶୋର ମିଶ୍ର ସଂଯୋଜନା କରିଥିଲେ।