
ଧରାକୋଟ,୯/୫ : ରାଜ୍ୟ ବିଦ୍ୟୁତ ଏକତା ମଞ୍ଚର ଆହ୍ବାନ କ୍ରମେ ଟାଟା ପାୱାର ବିରୁଦ୍ଧରେ ଧରାକୋଟ ବିଦ୍ୟୁତ ସେକ୍ସନ ଅଧୀନରେ କାର୍ୟ୍ୟରତ ପ୍ରାୟ ୩୦ ଜଣ ଠିକା କର୍ମଚାରୀ ଆଜିଠାରୁ କଳା ବ୍ୟାଜ ପରିଧାନ କରିଛନ୍ତି। ଏହି ଠିକା କର୍ମଚାରୀ ମାନେ ଦୀର୍ଘ ୧୭/୧୮ ବର୍ଷ ଧରି ବିଦ୍ୟୁତ ବିଭାଗ ରେ କାର୍ୟ୍ୟ କରି ଆସୁଥିଲେ ମଧ୍ୟ ଟାଟା ପାୱାର ସେମାନଙ୍କ ପ୍ରତି ମନମାନି କରିଚାଲିବା ସହ ମାସିକ ମାତ୍ର ଆଠ ରୁ ଦଶ ହଜାର ଟଙ୍କା ଦରମା ଦେଉଛି,ଯାହାକି ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ହେଉନାହିଁ । ଏଣୁ ଠିକା କର୍ମଚାରୀ ଙ୍କ ଦାବୀ ମଧ୍ୟରେ ସମାନ କାମକୁ ସମାନ ଦରମା ପ୍ରଦାନ, ଦୀର୍ଘଦିନ ଧରି କର୍ୟ୍ୟ କରି ଆସିଥିବା କର୍ମଚାରୀଙ୍କ ଦରମା ବୃଦ୍ଧି ଏବଂ ଠିକା କର୍ମଚାରୀ ମାନଙ୍କୁ ସ୍ଥାୟୀ କର୍ମଚାରୀ ର ମାନ୍ୟତା ପ୍ରଦାନ। ସ୍ମରଣ ଯୋଗ୍ୟ ଆଜିଠାରୁ ଠିକା କର୍ମଚାରୀ ମାନେ ଆସନ୍ତା ୧୫ ତାରିଖ ପର୍ୟ୍ୟନ୍ତ ନିଜ ସେକ୍ସନ ରେ କଳା ବ୍ୟାଜ ପରିଧାନ କରି କାର୍ୟ୍ୟ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଟାଟା ପାୱାର ଯଦି ଏହାର ସୁବିଚାର ନକରେ ତାହେଲେ ଆସନ୍ତା ୧୬ ତାରିଖ ଠାରୁ କର୍ପୋରେଟ ଅଫିସ ଆଗରେ ଦାବୀ ପୂରଣ ପର୍ୟ୍ୟନ୍ତ ଧାରଣା ଦିଆଯିବ ବୋଲି ଏକତା ମଞ୍ଚ ତରଫରୁ ଘୋଷଣା କରାଯାଇଛି।



