
ଧରାକୋଟ,୯/୫ : ଧରାକୋଟ ବ୍ଲକ ରଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନିର୍ମାଣଧୀନ ଦୁଇ ଗୋଟି ରାସ୍ତାର ବିଭିନ୍ନ ଗ୍ରାମ ମଝିରେ ବିଦ୍ୟୁତ ଖୁଣ୍ଟ ରହିଥିବାରୁ ଏହା ସାଧାରଣ ଜନତା ଙ୍କ ପାଇଁ ବିପଦ ସୃଷ୍ଟି କରିଛି। ମିଳିଥିବା ବିବରଣୀ ଅନୁଯାୟୀ ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଧରାକୋଟ ବ୍ଲକରେ ଦ୍ଭଷ ୫୯ ଠାରୁ କସେଇ ସାତ କିଲୋମିଟର ରାସ୍ତା ଓ ଦ୍ଭଷ ୫୯ ଠାରୁ ସରପଡା ସାତ କିଲୋମିଟର ରାସ୍ତା ନିର୍ମାଣ କାର୍ୟ୍ୟ ପ୍ରାୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଉଭୟ ରାସ୍ତା ନିର୍ମାଣ ପାଇଁ ଆଠ କୋଟିରୁ ଅଧିକ ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି । କସେଇ ରାସ୍ତାର ଆଠଘରିଆ ଓ ରାଶିବାଡି ଗ୍ରାମ ମଝିରେ ଦୁଇଟି ବିଦ୍ୟୁତ ଖୁଣ୍ଟ ରହିଛି । ଠିକ ସେହିପରି ସରପଡା ରାସ୍ତାର ସାରଧାପୁର ଗ୍ରାମରେ ଏକ ବିଦ୍ୟୁତ ଟ୍ରଂସ୍ଫର୍ମର ରାସ୍ତା କଡ଼ରେ ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ହୀରାଖଣ୍ଡି ଗ୍ରାମରେ ରାସ୍ତା ମଝିରେ ଏକ ଖୁଣ୍ଟ ରହିଛି। ମରାଠି ବସା ଗ୍ରାମରେ ମଧ୍ୟ ଦୁଇଟି ଖୁଣ୍ଟ ରାସ୍ତା ମଝିରେ ରହିଛି । ଆଶ୍ଚର୍ୟ୍ୟର କଥା ସମ୍ପ୍ରତି ରାସ୍ତା ନିର୍ମାଣ ଶେଷ ପର୍ୟ୍ୟାୟରେ ପହଁଚିଛି। ହେଲେ ବିଦ୍ୟୁତ ଖୁଣ୍ଟ ଘୁଞ୍ଚା ଯାଇନଥିବା ବେଳେ ରାସ୍ତାର ଉଚ୍ଚତା ବୃଦ୍ଧି ପାଇଛି। ଏପଟେ ଉପରେ ଟଣା ଯାଇଥିବା ତାର ଫୁଟେ ତଳକୁ ଖସି ବିପଦକୁ ଡାକି ଆଣିଛି। ଏଠାରେ ପ୍ରଶ୍ନ ଯଦି କିଛି ବିଦ୍ୟୁତ ଜନିତ ଅଘଟଣ ଘଟିଲା ତାହେଲେ ଦାଇ କିଏ। ବିଦ୍ୟୁତ ଖୁଣ୍ଟ ନ ଘୁଞ୍ଚାଇ ରାସ୍ତା କାମ ହେଲା କିପରି । ଏ ସମ୍ପର୍କରେ ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀସୁଶାନ୍ତ କୁମାର ନାୟକଙ୍କ ସହ ଯୋଗାଯୋଗ ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଆମକୁଯେତେ ଶୀଘ୍ର ଆମକୁ ଅର୍ଥ ମଞ୍ଜୁର କରିବେ ସେତେ ଶୀଘ୍ର କାମ କରି ଖୁଣ୍ଟ ଘୁଞ୍ଚିବ ଏବଂ ବିପଦ ଦୁରହେବ ବୋଲି ପ୍ରକାଶ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ବେଳେ ବିଦ୍ୟୁତ ବିଭାଗ ତରଫରୁ ଆମକୁ ଖର୍ଚ୍ଚ ଅଟକଳ ମିଳିଛି, ଯଥା ଶୀଘ୍ର ତାଙ୍କୁ ଅର୍ଥ ମଞ୍ଜୁର କରାଯିବା ପାଇଁ ପ୍ରଚେଷ୍ଟା କରାଯାଉଛି ବୋଲି ପ୍ରକାଶ କରିଛନ୍ତି। ଏଠାରେ ପ୍ରଶ୍ନ ରାସ୍ତା ନିର୍ମାଣ କାର୍ୟ୍ୟ ଆଗରୁ ବିଦ୍ୟୁତ ଖୁଣ୍ଟ ଘୁଂଚା ଯିବା ସହ ଉପର ତରକୁ ଠିକ କରାଯିବା କଥା ଯାହାକି କରାନଯାଇ ସାଧାରଣ ଜନତା ଙ୍କ ପାଇଁ ବିପଦ କୁ ନିମନ୍ତ୍ରଣ କରାଯାଇଛି , ଏଥି ପାଇଁ ଦାୟୀ କିଏ।



