
ଧରାକୋଟ,୬/୫ : ଓଡିଶା ସରକାରଙ୍କ କୃଷି ଓ କୃଷକ ସସସ୍ତି କରଣ ବିଭାଗ ତରଫରୁ ବଳରାମ ଯୋଜନା ସମ୍ପର୍କୀୟ ଏକ ପ୍ରସ୍ତୁତି ବୈଠକ ବ୍ଲକ କୃଷି ଅଧିକାରୀ ବିଶ୍ୱନାଥ ବେହେରା ଙ୍କ ଅଧ୍ୟକ୍ଷତା ରେ କୃଷି କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବି ଡି ଓ ଡେନିସ ବେହେରା, ତହସିଲଦାର କବିରାଜ ପ୍ରଧାନ,ଅତିରିକ୍ତ ବି ଡି ଓ ସୁଶିଲ ପଟନାୟକ, ସହକାରୀ କୃଷି ଅଧିକାରୀ ଅନିଲ ବେହେରା, ଏ ଫ ଇ ଓ ଶିବାନୀ ମହାନ୍ତି,ଗ୍ଦଭସ ଶାଖା ପରିଚାଳକ ଗୌତମ ରାୟ,ଙ୍କଭସ ଶାଖା ପରିଚାଳକ, ସମବାୟ ବ୍ୟାଙ୍କ ପରିଚାଳକ ସୁଜାତା ତ୍ରିପାଠୀ,ଭକ୍ଟ୍ରଜ୍ଞ, ସମବାୟ ସମିତି ସଂପାଦକ,କୃଷକ ସାଥୀ,ମrକ୍ଟ୍ର ଓ ଜ୍ଞଭଳ ମାନେ ଉପସ୍ଥିତ ରହିଥିଲେ। ଚଳିତ ମାସ ଏକ ତାରିଖରୁ ତିରିଶ ତାରିଖ ପର୍ୟ୍ୟନ୍ତ ସରକାରୀ ନିଷ୍ପତ୍ତି ପ୍ରକାରେ ବଳରାମ ମାସ ପାଳନ କରାଯାଉଛି । ଏହି ଅବସରରେ ଭୂମିହୀନ, ଭାଗ ଚାଷୀ ଓ ନାମମାତ୍ର ଚାଷୀ ମାନଙ୍କୁ ସରକାର ହକ୍ଷଶ ସ୍କୀମ ମାଧ୍ୟମରେ କୃଷକ ଗୋଷ୍ଠୀ ମାନଂକୁ ଚଳିତ ୨୦୨୩/୨୪ ବର୍ଷରେ ବିନା ସୁଧରେ ୧,୬୦,୦୦୦ ପର୍ୟ୍ୟନ୍ତ ଖରିଫ ଋଣ ଯୋଗାଇ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଯାହା ଫଳରେ କୃଷକ ଗୋଷ୍ଠୀ ଉନ୍ନତ ପ୍ରଣାଳୀରେ ଚାଷ କରି ଆର୍ଥିକ ମନଦଣ୍ଡର ବିକାଶ କରି ପାରିବେ। ଆଜିର ବୈଠକ ରେ ଏହି ସମ୍ପର୍କରେ ଆଲୋଚନା ସହ ଯୋଜନାର ସଫଳତା କାମନା କରାଯାଇଥିଲା ।


