ଧରାକୋଟ, ବଜାରରୁ ଜବର ଦଖଲ ଉଚ୍ଛେଦ ନିଷ୍ପତ୍ତି

25

ଧରାକୋଟ,୫/୫ : ଭଞ୍ଜନଗର ପୂର୍ତ୍ତ ବିଭାଗ ଅଧିନରେ ରହିଛି ଧରାକୋଟ.. ଜାନବିଲି ଚାରି କିମି ରାସ୍ତା । ସମ୍ପ୍ରତି ଏହି ରାସ୍ତା ଛଅ କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଲିଛି। ଧରାକୋଟ ଟାଉନ ର ଉଭୟ ପଟରେ ରାସ୍ତା ନିର୍ମାଣ ଚାଲିଥିଲେ ମଧ୍ୟ ବଜାର ଅଞ୍ଚଳ ଜବରଦଖଲ ମଧ୍ୟରେ ରହିଛି। ରାସ୍ତା ଉପରକୁ କିଛି ଦୋକାନୀ ନିଜର ଦୋକାନ ଆଣି ଜବରଦଖଲ କରି ରଖିଥିବା ବେଳେ ଉଭୟ ପଟର ଡ୍ରେନ ମଧ୍ୟ ଅଧିକାଂଶ ସ୍ଥାନରେ ଜବରଦଖଲ ହୋଇ ରହିଛି। ଯାହା ଫଳରେ ଡ୍ରେନ ଚୋକ ହୋଇ ନାଳ ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ରାସ୍ତା ସଂକୀର୍ଣ୍ଣ ହୋଇ ରହିଥିବାରୁ ବସ ଚଳା ଚଳ ରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି । ସମ୍ପ୍ରତି ପୂର୍ତ୍ତ ବିଭାଗ ତରଫରୁ ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାର ଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି । ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ ବେଳେ ଆମେ ରାଜସ୍ବ ବିଭାଗ କୁ ଚିଠି ଦ୍ୱାରା ଜନାଇଦେଇଛୁ। ଜବରଦଖଲ ଉଚ୍ଛେଦ ହେଲେ ବଜାର ରାସ୍ତା ସମ୍ପ୍ରସାରଣ ହେବା ସହ ଡ୍ରେନ ନିର୍ମାଣ ହେବ ବୋଲି ପ୍ରକାଶ କରିଛନ୍ତି। ସେହିପରି ତହସିଲଦାରଙ୍କ ସହ ଯୋଗାଯୋଗ ବେଳେ ରାଜସ୍ବ ଓ ପୂର୍ତ୍ତ ବିଭାଗ ଉପସ୍ଥିତିରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୮ ତାରିଖ ସୋମବାର ଦିନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ।