
ଗୁଣପୁର,୨/୦୫ : ଗୁଣପୁର ମହାବିଦ୍ୟାଳୟର ରାସାୟନ ବିଜ୍ଞାନ ବିଭାଗ ପକ୍ଷରୁ ଆଜି ସେମିନାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ଶ୍ରୀ ଜି. ମହେଶ୍ୱର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମ ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ସ୍ନାତକୋତ୍ତର ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଡ଼ ସତ୍ୟନାରାୟଣ ସାହୁ ମୁଖ୍ୟ ଆଲୋଚକ ଭାବେ ଅଂଶ ଗ୍ରହଣ କରି ରାସାୟନ ବିଜ୍ଞାନ ରେ ବୃତ୍ତି ର ସୁଯୋଗ ପ୍ରସଙ୍ଗ ଉପରେ ସମ୍ୟକ ଆଲୋଚନା କରିଥିଲେ କ୍ଷ ରସାୟନ ବିଜ୍ଞାନ ରେ ସ୍ନାତକ ଡିଗ୍ରୀ ହାସଲ କଲା ପରେ ଛାତ୍ର ଓ ଛାତ୍ରୀ କେଉଁ ଦିଗଟିକୁ ଅଧିକ ଗୁରୁତ୍ୱ ଦେବେ ତାହା ଉପରେ ଆଲୋକପତ କରିଥିଲେ କ୍ଷ ରସାୟନ ବିଭାଗ ର ମୁଖ୍ୟ ଶ୍ରୀ ଶଶୀଭୁଷଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହ ଅତିଥି ମାନଙ୍କୁ ବିଭାଗ କୁ ସ୍ୱାଗତ ଜଣାଇଥିଲେ କ୍ଷ ପାଠଚକ୍ର ସମ୍ପାଦକ ଆକାଶ ଲିମା ସମ୍ପ।ଦକିୟ ବିବରଣୀ ପାଠ କରିଥିବା ବେଳେ ଶ୍ରୀ ଗଜେନ୍ଦ୍ର ନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ବିଭାଗ ତରଫରୁ ଶ୍ରୀଯୁକ୍ତ ସାହୁଙ୍କୁ ଉପଡୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା କ୍ଷ ଛାତ୍ର ମାନସ,ଅଖିଳ,ଦୁର୍ଗା, ଉମେଶ, ଚିରଂଜିବି ତଥା ଛାତ୍ରୀ ମିନତୀ, ଗାର୍ଗୀ ଅମୃତା, ଗାୟତ୍ରି,ଆଖିଲା, ଶ୍ରାବଣୀ ଓ ଅନ୍ୟମାନେ ସହଯୋଗ କରିଥିଲେ କ୍ଷ ଏପରି ଏକ ଅଭିନବ କାର୍ୟ୍ୟକ୍ରମ ରାସାୟନ ବିଭାଗ ଦ୍ୱାରା ଆୟୋଜନ ହୋଇଥିବାରୁ ବିଭାଗ ର ସମସ୍ତ କର୍ମଚାରୀ ଙ୍କୁ ଅଧକ୍ଷ ଧନ୍ୟବାଦ ଦେବାସହ ସାଧୁ ବାଦ ଜଣାଇଥିଲେ |



