ଜି.ଆଇ.ଇ.ଟି ବିଶ୍ଵବିଦ୍ୟାଳୟ ପକ୍ଷରୁ କୃଷକ ଓ ବୈଜ୍ଞାନିକ ଆଲୋଚନା ଚକ୍ର

11

ଗୁଣୁପୁର -୨୪/୪ : ସ୍ଥାନୀୟ ଜି.ଆଇ.ଇ.ଟି ବିଶ୍ଵବିଦ୍ୟାଳୟ ପକ୍ଷରୁ ଆଜି ଅକ୍ଷୟ ତୃତୀୟା ଅବସରରେ ସିରିଝୋଲି ଗ୍ରାମପଞ୍ଚାୟତ ପରିସରରେ ଏକ କୃଷକ ଓ ବୈଜ୍ଞାନିକ ଚକ୍ର ଆୟୋଜିତ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ୟ୍ୟକ୍ରମରେ ସିରିଝୋଳି ଗ୍ରାମ ପଞ୍ଚାୟତର ସାତ ଗୋଟି ଗ୍ରାମରୁ ପ୍ରାୟ ୮୦ ଜଣ ଆଗୁଆ କୃଷକ ଓ କୃଷିଜୀବୀ ଭାଗ ନେଇଥିଲେ । ଏହି କାର୍ୟ୍ୟକ୍ରମଟି ଜି.ଆଇ.ଇ.ଟି ବିଶ୍ଵବିଦ୍ୟାଳୟ ଅଧୀନ ରେ ଥିବା ସ୍କୁଲ ଅଫ ଅଗ୍ରିକଳଚର୍ ଏବଂ ଏ ସି ଆଇ ସି ଗିତୁ ଫାଉନଡେସନ ର ମିଳିତ ପ୍ରୟାସ ରେ ଆୟୋଜିତ ହୋଇଥିଲା। ଉକ୍ତ ଆଲୋଚନାଚକ୍ରରେ କୃଷକ କୁ ଆଉ ପାଦେ ଆଗଇନେବା ପାଇଁ କୃଷି ରେ ସଠିକ୍ ବୈଜ୍ଞାନିକ ଜ୍ଞାନ କୌଶଳ ପ୍ରୟୋଗ , ବଜାର ଭିତ୍ତିକ କୃଷି , କୃଷକ ସଂଗଠନ ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇ ଥିଲା । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ବିଭିନ୍ନ କୃଷି ଶିଳ୍ପ ସ୍ଥାପନ ମଧ୍ୟ ବୈଜ୍ଞାନିକମାନେ ପରାମର୍ଶ ଦେଇଥିଲେ ।
ଏହି କାର୍ୟ୍ୟକ୍ରମଟି ସ୍କୁଲ ଅଫ ଅଗ୍ରିକଳଚର୍ ର ବରିଷ୍ଠ ଅଧ୍ୟାପକ ପ୍ରଫେସର କୈଳାଶ ବିହାରୀ ମହାପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫେସର ହର ପ୍ରସାଦ ମିଶ୍ର, ପ୍ରଫେସର ଚିନ୍ତାମଣି ପଣ୍ଡା , କନିଷ୍ଠ ଅଧ୍ୟାପକ ଶ୍ରୀ ଅଭିନବ ମିଶ୍ର , ଶ୍ରୀ କ୍ଷୀରୋଦ ସାହୁ , ଡ଼. ରିତେଶ ମିଶ୍ର ପ୍ରମୁଖ ଭାଗ ନେଇ କୃଷକ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଏହା ସହ ଏ ସି ଆଇ ସି ଗିତୁ ଫାଉନଡେସନ ର ସିଇଓ ସୁନୀଲ ଏ ମ ପୋନିଥି ଭାଗ ନେଇ କୃଷକମାନେ କିପରି ନୂଆ ନୂଆ କୃଷି ଉଦ୍ୟୋଗ ସ୍ଥାପନ କରି ନିଜର ତଥା ନିଜ ରାଜ୍ୟ ର ଉନ୍ନତି ରେ ସହାୟକ ହେବେ ସେଥିପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ୟ୍ୟକ୍ରମ ରେ ସିରିଝୋଲି ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ରଞ୍ଜିତା ଶବର ଓ ନାଏବ ସରପଞ୍ଚ ଶ୍ରୀମତୀ ସୁଭଦ୍ରା ଶବର ଚାଷ ରେ କିପରି ଉନ୍ନତ ଜ୍ଞାନ କୌଶଳ ଉପଯୋଗ କରି ଚାଷ କାର୍ୟ୍ୟ କୁ ଆଗେଇ ନେବା ସେଥି ପ୍ରତି ଆଲୋକପାତ କରିଥିଲେ।ଏହି କାର୍ୟ୍ୟକ୍ରମ ରେ ସ୍କୁଲ ଅଫ ଅଗ୍ରିକଳଚର୍ ର ଛାତ୍ର ମାନେ ଭାଗ ନେଇଥିଲେ। ଉପରୋକ୍ତ କାର୍ୟ୍ୟକ୍ରମ କୁ ପ୍ରଫେସର ମନୋରଞ୍ଜନ ମହାପାତ୍ର ପରିଚାଳନା କରିଥିଲେ |