
କୋଦଳା,୨୨/୪(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା କୋଦଳା ଆମ ପୋଲିସ ତରଫରୁ ଆଜି କୋଦଳା ବସଟାଣ୍ଟ ନିକଟରେ ଥିବା ପୋଲିସ ସହାୟତା କେନ୍ଦ୍ର ଠାରେ ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ତତ୍ବବଧାନ ରେ ଆଜି ଖୋଲାଯାଇଛି । ଜଳଛତ୍ର ଦିନକୁ ଦିନ ଗ୍ରୀଷ୍ମ ପ୍ରଭାବ ବଢ଼ିବାରେ ଲାଗିଥିବା ବେଳେ ଅସ୍ତ ବ୍ୟସ୍ତ ହୋଇପଡିଛି ଜନଜୀବନ ଯାହାକୁ ଦୃଷ୍ଟିରେ ରଖି ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ଆଜି ବସଷ୍ଟାଣ୍ଟ ନିକଟରେ ଥିବା ପୋଲିସ ସହାୟତା କେନ୍ଦ୍ରଠାରେ ଜଳଛତ୍ର ଖୋଲାଯାଇଛି ।
ଏହି କାର୍ଯ୍ୟକ୍ରମରେ କୋଦଳା ଥାନାର ଆଇ ଆଇ ସି ଙ୍କ ସମେତ ସମସ୍ତ କର୍ମଚାରି ଯୋଗ ଦେଇ ଆଜି କୋଦଳା ପୋଲିସ ତରଫରୁ ଛେନାପଣା ଓ ଚଲା ଦିଆଯାଇଥିଲା ।ଗ୍ରୀଷ୍ମ ପ୍ରଭାବ କମିବା ଯାଏଁ ଏହି ଜଳଛତ୍ର ଚାଲୁ ରହିବ ବୋଲି କହିଛନ୍ତି ଥାନାଅଧିକାରୀ ।




