ଆସିକା ଜାମିଆ ମସଜିଦ ଠାରେ ପାକିସ୍ତାନ ପତାକା ଉଡିବା ଘଟଣା: ବିଜେପି ପକ୍ଷରୁ ଆସିକା ଥାନାରେ ଏତାଲା

15

ଆସିକା,୧୮/୪- ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠରେ ଥିବା ଜାମିଆ ମସଜିଦ ଠାରେ ଗତ ୧୦.୪.୨୦୨୩ ଠାରୁ ପାକିସ୍ତାନ ପତାକା ଉଡିବା ଘଟଣା ଦୃଶ୍ୟମାନ ହୋଇଥିଲା । ଏହା ଲଗାତର କିଛି ଦିନ ରହିବା ପରେ ଅଚଂଳରେ କିଭଳି ଏଦୃଶ୍ୟ ମାନ ହୋଇଛି ସେନେଇ ନାନା ପ୍ରକାର ଆଲୋଚନା ପରିସରକୁ ଆସିଥିଲା । ଏତା ଦୃଶ୍ୟ ଅତ୍ୟନ୍ତ ଜରୁରୀ କାଳୀନ ହେବା ସହିତ ଜାଣିଶୁଣି ପାକିସ୍ତାନ ପତାକା ଉଡାଯାଇଛି ଓ ଏହା ଏକ ଦେଶ ଦ୍ରୋହ ମାମଲା ବୋଲି ମନେକରାଯାଇଥିଲା । ଆସିକା ସହର ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ସହର ରୁପେ ପରିଗଣିତ ହୋଇଥିବା ବେଳେ ଏଭଳି କାର୍ଯ୍ୟକଳାପ ସହରବାସୀଙ୍କ ଠାରେ ଚିନ୍ତା ପ୍ରକାଶ ପାଇଥିଲା । ଆଜି ଆସିକା ବିଜେପି ପକ୍ଷରୁ ବହୁ ବରିଷ୍ଠ କର୍ମକର୍ତା ଓ ବରିଷ୍ଠ ନେତା ମାନେ ଏକ ଲିଖୀତ ଅଭିଯୋଗ ଧରି ଆସିକା ଥାନାରେ ହସ୍ତାନ୍ତର କରିଥିଲେ । ଆଉ ଏଭଳି ଦୃଶ୍ୟ ନିହାତି ଏକ ଅପ୍ରିତିକର ସ୍ଥିତି ଉପୁଜିବାକୁ ଯାଉଥିବା ସଙ୍କେତ ବୋଲି ଥାନାରେ ପ୍ରଦାନ କରାଯାଇଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି । ଆସିକା ସହରରେ ଥିବା ଜାମା ମସଜିଦରେ ପାକିସ୍ତାନ ପତାକା ଉଡିବା ଏକ ଦୁର୍ଭାଗ୍ୟ ଜନକ ବିଷୟ ଆଉ ଚିନ୍ତାର ବିଷୟ ।ଭାରତର ସାର୍ବଭୈାମ୍ୟତା,ଏକତା ଏବଂ ଅଖଣ୍ଡତା ପ୍ରତି ଏହା ଏକ କଠୋରାଘାତ । ତେଣୁ ଏହା ଦେଶ ବିରୋଧର ମାନସିକତା । ଏହା ପଡୋଶି ଦେଶର ଆତଙ୍କବାଦୀ କାର୍ଯ୍ୟ ସହିତ ମେଳଖାଇବା ସଦୃଶ । ଏହା କାହିଁକି କରାଯାଇଛି । ସେଠାରେ କିଏ ଲଗାଇଛନ୍ତି । ଆଉ ସୋସିଆଲ ମିଡିଆରେ ପ୍ରଚାରିତ ହେବା ପରେ ଆଜି କିଏ ଆଜି ବାହାର କରିଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ବିଜେପି ପକ୍ଷରୁ ଆଜି ଅଭିଯୋଗ କରାଯାଇଛି ।