
ଆସିକା,୧୪/୪- ଗଞ୍ଜାମ ଜିଲ୍ଲା ଆସିକାର ବିଭିନ୍ନ ସ୍ଥାନରେ ଆଜି ହନୁମାନ ଜୟନ୍ତି ପାଳିତ ହୋଇଯାଇଛି । ଏହି ଅବସରରେ ଆସିକାର ସୁନାମ୍ବ ସାହି ସ୍ଥିତ ହନୁମାନ ମନ୍ଦିର,ମୁକୁନ୍ଦପୁର ସ୍ଥିତ ହନୁମାନ ମନ୍ଦିର,ଲାଲାଗୋର୍ଜି ହନୁମାନ ମନ୍ଦିର,କାଳଷଣ୍ଡପୁର ହନୁମାନ ମନ୍ଦିର,ପାଟଳିଗୁଡା ହନୁମାନ ମନ୍ଦିର ଠାରେ ହନୁମାନଙ୍କ ପୂଜାର୍ଚ୍ଚନା,ବନ୍ଦନା,ବେଦପାଠ,ଭଜନ,କିର୍ତନ,ଘଟଂ ,ତାଳ,ମୃଦୁଙ୍ଗରେ ପରିବେଶ ଭକ୍ତିମୟରେ ସୃଷ୍ଟି ହୋଇଥିଲା । ଆସିକା ବାଣୀବିହାର ଠାରେ ଗୁରୁକୃପା ଆଶ୍ରମ ଠାରେ ମଧ୍ୟ ନିଆରା ଢଙ୍ଗରେ ହନୁମାନ ଜୟନ୍ତି ପାଳିତ ହୋଇଥିଲା । ଏକ କୋଟି ରୁଦ୍ରାକ୍ଷରେ ହନୁମାନ ବିଗ୍ରହ ମୂର୍ତି ସ୍ଥାପନ କରାଯାଇଥିଲା ।

ଏହା ସହିତ ଆଠ ଶହ ଅଶିଏ କୋଟିର ରାମ ନାମକୁ ଉନ୍ମୋଚନ କରାଯାଇଥିଲା ।ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ତୁଳସି କାଠିରେ ହନୁମାନ ସିନ୍ଦୁର ଦ୍ୱାରା ଏକ ଲକ୍ଷ ବେଲପତ୍ର ଉପରେ ଲେଖାଯାଇଥିବା ରାମନାମ ବିଲ୍ୱପତ୍ରକୁ ପ୍ରଭୁ ରାମଚନ୍ଦ୍ର ଓ ହନୁମାନଙ୍କୁ ଅର୍ପଣ କରାଯାଇଥିଲା । ଭକ୍ତ ଶ୍ରଦ୍ଧାଳୁ ୧୦୮ ଥର ଚାଳିଶା ,୨୧ ଥର ହନୁମାନ ଚାଳିଶା ପଠନ କରିଥିଲେ । ଏହା ସହିତ ଆସିକା ମୁକୁନ୍ଦପୁର ଠାରେ ମଧ୍ୟ ସୁବାଷ ମହାନ୍ତିଙ୍କ ତତ୍ୱାବାଧାନରେ ହନୁମାନ ଜୟନ୍ତି ପାଳୀତ ହୋଇଥିଲା । ଏହି ପୂଜାର୍ଚ୍ଚନା କାର୍ୟ୍ୟକୁ ତାଙ୍କୁ ଦୁଇ ପୁଅ ଜଜାତି କେଶରୀ ମହାନ୍ତି ଓ ବିକ୍ରମ ମହାନ୍ତି ପରିଚାଳନା କରିଥିଲେ । ଆସିକା ସୁନାମ୍ବ ସାହିରେ ମଧ୍ୟ ବଡ ଧୁମଧାମରେ ହନୁମାନ ଜୟନ୍ତି ପାଳିତ ହୋଇଥିଲା । ଭକ୍ତିମୟ ପରିବେଶରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଯୋଗ ଦେଇ ପୂଜାର୍ଚ୍ଚନା ସହ ପ୍ରସାନ ସେବନ କରିଥିଲେ ।




