
ଧରାକୋଟ,୧୦/୦୪ (ଜିଲ୍ଲା ଖବର) : କୃଷି ଓ କୃଷକ ସସସ୍ତି କରଣ ବିଭାଗର ପ୍ରୋଛାହନ ସହ ଗୋଷ୍ଠୀ କୃଷି କାର୍ଯ୍ୟାଳୟର ସଚେତନତା ଯୋଗୁଁ ଧୀରେ ଧୀରେ ବ୍ଲକର ବିଭିନ୍ନ ପଞ୍ଚାୟତର କୃଷକ ବନ୍ଧୁ ମାନେ ସୂର୍ଯ୍ୟମୁଖୀ ଚାଷ ପାଇଁ ଆଗ୍ରହୀ ହୋଇ ଏହି ଚାଷକୁ ଆପଣେଇ ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ତୈଳ ବୀଜ ଫସଲ ପାଇଁ ଓଳମ୍ବା, ସିଙ୍ଗିପୁର, ଜାହାଡା ଓ ଝରପାରି ପଞ୍ଚାୟତର କସେଇ, କେଶପୂର୍ ଶାସନ, କଣଭାଗ ଓ ପାଟପୁର ଗ୍ରାମର 66 ଜଣ ହିତାଧକାରୀ 30 ହେକ୍ଟର ଜମିରେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି । ଗୋଷ୍ଠୀ କୃଷୀ ଅଧିକାରୀ ବିଶ୍ୱନାଥ ବେହେରା,ସହକାରୀ କୃଷି ଅଧିକାରୀ ଅନିଲ କୁମାର ବେହେରା ଓ ସ୍କିମ ଅଧିକାରୀ ସୀତାନସୁ କୁମାର ମଲ୍ଲିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚାଷ ବ୍ଲକ ସ୍ତରରେ ପ୍ରଥମେ ଆରମ୍ଭ ହୋଇଛି ।କୃଷି ବିଭାଗ ତରଫରୁ ଚାଷୀଙ୍କୁ ମାଗଣା ବିହନ ସହ 2500 ଟଙ୍କା ଲେଖାଏଁ ପ୍ରୋଛାହନ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଏହା ଦ୍ବାରା ଚାଷୀ ମାନେ ssp, ଅନୁସାର ଓ କୀଟନାଶକ ଔଷଧ କ୍ରୟକରିପାରିବେ। ଏହା ଦ୍ଵାରା ଅପମିଶ୍ରଣ ରୋକିବା ସହ ଶୁଦ୍ଧ ତେଲ ମିଳିପାରୁଛି। କୋଲଷ୍ଟ୍ରାଲ, ରକ୍ତ ଚାପ ସହ ବିଭିନ୍ନ ରୋଗ ନିୟନ୍ତ୍ରଣ ପାଇଁ ଏହି ତେଲ ବେଶ ସହାୟକ ହେଉଛି । ଏଥିରୁ ମିଳୁଥିବା ପିଡ଼ିଆ ଚାଷଜମି, ମାଛ ଚାଷ ଓ କୁକୁଡ଼ା ଖାଦ୍ୟ ପାଇଁ ବ୍ୟବହାର ହେଉଛି। ସର୍ବୋପରି ତୈଳ ଆମଦାନୀ ବୋଝରୁ ଏକ ରକମ ମୁକ୍ତି ମିଳୁଛି। ଏଣୁ ଏହି ଚାଷ ପାଇଁ ଧିରେ ଧିରେ ଚାଷୀଙ୍କ ମଧ୍ୟରେ ଆଗ୍ରହ ବଢୁଛି ।



