ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଆନ୍ତ ମହାବିଦ୍ୟାଳୟ ପ୍ରତିଯୋଗିତା ରେ ତିନୋଟି ରେ ଚମ୍ପିୟାନ ଏବଂ ଗୋଟିଏରେ ରନର୍ସ ଅପ୍

52

ଗୁଣୁପୁର,୭/୪: ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଆନ୍ତ ମହାବିଦ୍ୟାଳୟ ପ୍ରତିଯୋଗିତାରେ ତିନୋଟିରେ ଚମ୍ପିୟାନ ଏବଂ ଗୋଟିଏରେ ରନର୍ସ ଅପ୍ ହାସଲ କରିଛି। ନିଷ୍ଟ ବ୍ରହ୍ମପୁର ଦ୍ଵାରା ଆୟୋଜିତ ଏହି ଆନ୍ତ ମହାବିଦ୍ୟାଳୟ “କୁରୁକ୍ଷେତ୍ର -୨୦୨୩” ପ୍ରତିଯୋଗିତା ରେ ଓଡ଼ିଶାର ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ କ୍ରିକେଟ, ଭଲିବଲ୍, ବାସ୍କେଟ ବଲ୍,କବାଡି,ଖୋଖୋ , ଥ୍ରୋ ବଲ , ବେଡ ମିଣ୍ଟନ ଭଳି ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କାରାଯାଇଥିଲା।ଏଥିରେ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ କ୍ରିକେଟ, ଭଲିବଲ୍ ଓ ଖୋଖୋରେ ଚମ୍ପିୟାନ ହୋଇଥିବା ବେଳେ
ଥ୍ରୋ ବଲରେ ରନର୍ସ ଅପ୍ ହୋଇଛନ୍ତି।ଏହି ଦଳକୁ ବିଶ୍ଵବିଦ୍ୟାଳୟର ଅଧ୍ୟାପିକା ଲିପ୍ସା ମିଶ୍ର,ଏବଂ ଆଦିତ୍ୟ ମହାକୁଲ ଟିମ୍ ମ୍ୟାନେଜର ଭାବେ ଉପସ୍ଥିତ ଥିଲେ।ଏହି ସଫଳତା ପାଇ ବିଶ୍ବବିଦ୍ୟାଳୟର ସଭାପତି ଡ ସତ୍ୟ ପ୍ରକାଶ ପଣ୍ଡା, ଉପ ସଭାପତି ଡ ଚନ୍ଦ୍ରଧ୍ଵଜ ପଣ୍ଡା , ମହା ନିର୍ଦ୍ଦେଶକ ଡ ଜଗଦୀଶ ପଣ୍ଡା, କୁଳପତି ବିନୟ କୁମାର ମିତ୍ତଲ, ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।