ଆସିକା ତହସିଲ ପକ୍ଷରୁ ଗ୍ରାମ କଟଂକ ପଟ୍ଟା ବଟଂନ

31

ଆସିକା,୧/୪- ଗଞ୍ଜାମ ଜିଲ୍ଲା ଆସିକା ତହସିଲ କାର୍ୟ୍ୟାଳୟ ପରିସରର ଠାରେ ଆଜି ଉତ୍କଳ ଦିବସ ଅବସରରେ ହିତାଧାରୀଙ୍କୁ ଗ୍ରାମ କଟଂକ ପଟ୍ଟା ବଂଟନ କରାଯାଇଥିବା ଜଣାଯାଇଛି । ଦିର୍ଘ ଦିନ ଧରି ରହିଥିବା ଗ୍ରାମ କଟଂକ ପଟ୍ଟା ସମସ୍ୟାର ସମାଧାନ ସହତି ଏକ ସମାବେଶ କରି ସମସ୍ତ ହିତାଧିକାରୀଙ୍କୁ ଗ୍ରାମ କଟଂକ ପଟ୍ଟା ବଟଂନ କରାଯାଇଥିଲା ।ଏହି କାର୍ୟ୍ୟକ୍ରମ ଆସିକା ତହସିଲଦାର ସଞ୍ଜୟ କୁମାର ସାମନ୍ତରାଙ୍କ ତତ୍ୱାବାଧାନରେ ଅନୁଷ୍ଟିତ ହୋଇଥିବା ବେଳେ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ,ବିଧାୟିକା ମଞ୍ଜୁଳା ସ୍ୱାଇଁ,ପଚାଂୟତ ସମିତି ଅଧ୍ୟକ୍ଷ ତ୍ରିବେଣି ନାହକ,ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ,ଆସିକା ବିଡିଓ ଫକିର ଚରଣ ପରିଡା,ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ବାରିକ,ବ୍ଲକ ଉପାଧ୍ୟକ୍ଷା ଏସ.ରେଶମା ଦୋରା ପ୍ରମୁଖ ଯୋଗ ଦେଇଥିଲେ ।

ଆସିକା ତହସିଲରେ ସମୁଦାୟ ୬୭୦୦ ଟି ଗ୍ରାମ କଟଂକ କେସ ରହିଥିବା ବେଳେ ସେଥି ମଧ୍ୟରୁ ୫୨୩୮ଟି ଫଇସଲା ହୋଇଛି ଏବଂ ୩୩୨୮ ଗୋଟି ପ୍ରସ୍ତୁତ ହୋଇଥିବା ଜଣାଯାଇଛି । ଏହି କାର୍ୟ୍ୟକ୍ରମରେ ଅତିଥି ମାନଙ୍କ ଦ୍ୱାରା୧୧୦୦ ହିତାଧିକାରୀଙ୍କୁ ପଟ୍ଟା ବଂଟନ କରାଯାଇଥିବା ବେଳେ ପର୍ୟ୍ୟାୟକ୍ରମେ ମୋ ଗାଁରେ ତହସିଲ ଏବଂ ରାଜସ୍ୱ ରଥ କାର୍ୟ୍ୟକ୍ରମ ମାଧ୍ୟମରେ ଅବଶିଷ୍ଟ ପଟ୍ଟା ବଂଟନ କରାଯିବ ବୋଲି ଆସିକା ତହସିଲଦାର ପ୍ରକାଶ କରିଛନ୍ତି । ଆସିକା ତହସିଲର ରାଜସ୍ୱ ଗ୍ରାମ ଗୁଡିକକରେ ଏହି ସମସ୍ୟା ଦିର୍ଘ ଦିନ ହୋଇ ରହିଥିବା ବେଳେ ଆସିକା ତହସିଲଦାର ସ୍ୱତନ୍ତ୍ର ଗୁରୁତ୍ୱାରୋପ କରି ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିଥିଲେ । ଏହି କାର୍ୟ୍ୟକ୍ରମକୁ ଆସିକା ତହସିଲ ଏବଂ ଆର.ଆଇ ବିଭାଗୀୟ କର୍ମଚାରୀ ମାନେ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।