ହିଞ୍ଜିଳିକାଟୁ ଓକିଲ ସଂଘର ନୂତନ କର୍ମକର୍ତ୍ତାମାନଙ୍କର ଶପଥ ଗ୍ରହଣ

39

ହିଞ୍ଜିଳିକାଟୁ,୩୧/୦୩(ଜିଲ୍ଲା ଗବର) :  ହିଂଜିଳିକାଟୁ ଓକିଲ ସଂଘର ନୂତନ କର୍ମକର୍ତ୍ତାମାନଙ୍କର ଶପଥ ଗ୍ରହଣ ଉତ୍ସବ ଓକିଲ ସଙ୍ଘ ସଭା ଗୃହ ରେ  ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଉତ୍ସବରେ ନବନିର୍ବାଚିତ ସମସ୍ତ କର୍ମକର୍ତ୍ତାଙ୍କୁ  ନିର୍ବାଚନ ଅଧିକାରୀ ଚିତ୍ତରଞ୍ଜନ ମହାରଣା ଗୋପନିୟ ଭାବେ ଶପଥପାଠ କରାଇଥିଲେ । ଶପଥ ଗ୍ରହଣ ଉତ୍ସବରେ ନୂତନଭାବେ ନିର୍ବାଚିତ କର୍ମକର୍ତ୍ତା ଯଥା- ସଭାପତି ଦ୍ବିତୀକୃଷ୍ଣ ସାବତ,ଉପସଭାପତି ଜଗତ ମୋହନ ସାହୁ, ସଂପାଦକ ଶାନ୍ତନୁ କୁମାର ପୋଲେଇ,  ସହ ସମ୍ପାଦକ ଜିତେନ କୁମାର ପ୍ରହରାଜଙ୍କୁ ବିଧିବଦ୍ଧ ଭାବରେ ଶପଥପାଠ କରିଥିଲେ ।  ଏହି ଶପଥପାଠ ଉତ୍ସବରେ ବରିଷ୍ଠ ଆଇନ୍‌ଜୀବୀ ନିର୍ମଳ ସାହୁ, ମୁକ୍ତିରାମ ସାବତ,ରାମଚନ୍ଦ୍ର ମହାପାତ୍ର,ତ୍ରିମଲ ରାଓ ପାତ୍ର, ନିରଞ୍ଜନ ସାହୁ ପ୍ରମୋଦ କୁମାର ଦଳାଇ ସୁଶାନ୍ତ କୁମାର ପାଣିଗ୍ରାହୀ ମାନସ ରଞ୍ଜନ ପାଢୀ ବିନାୟକ ପଟ୍ଟନାୟକ ପିତାମ୍ବର ସାହୁ ପ୍ରଭାତ କୁମାର ସାହୁ ସୁରେନ୍ଦ୍ର କୁମାର ପାଣିଗ୍ରାହୀ ନୃସିଂହ ପ୍ରସାଦ ପଟ୍ଟନାୟକ  ବିବେକାନନ୍ଦ ସେଠି  କୈଳାଶ ସାହୁ ଟୁନା ସେଠି ଙ୍କ ସମେତ ବହୁ ଆଇନ୍‌ଜୀବୀମାନେ ଉପସ୍ଥିତ ଥିଲେ ।