
ଧରାକୋଟ,୩୧/୦୩(ଜିଲ୍ଲା ଖବର) : ସରକାରଙ୍କ ଘୋଷଣା ମୁତାବକ ସମଗ୍ର ରାଜ୍ୟ ତଥା ଗଞ୍ଜାମ ଜିଲ୍ଲାର ପ୍ରଥମ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆଦର୍ଶ ବିଦ୍ୟାଳୟ ଧରାକୋଟ ବ୍ଲକର ମୁଣ୍ଡମରାଇ ସ୍ଥିତ ଦେଓ ପାଟଣା ବିଦ୍ୟାଳୟରେ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ମଧ୍ୟ ଏଠାରେ ଉଦ୍ଘାଟିତ ହୋଇଯାଇଛି। ବି ଡି ଓ ଡେନିସ ବେହେରା ଏହାର ଉଦ୍ଘାଟନ କରିଥିବା ବେଳେ ମୂଖ୍ୟ ଅତିଥି ଭାବରେ ବି ଇ ଓ ପ୍ରମୋଦ ଚନ୍ଦ୍ର ସେନାପତି,ସମ୍ମାନିତ ଅତିଥି ଭାବେ ଡାଇଟ ଖଲିକୋଟ ର ଶିକ୍ଷକ ପ୍ରଶିକ୍ଷକ ବିଷ୍ଣୁ ନାରାୟଣ ଜେନା, ଏ ବି ଇ ଓ ଉମା ଚରଣ ପାଣିଗ୍ରାହୀ,ପ୍ରଦୀପ କୁମାର ଶତପଥୀ ,ପରିଚାଳନା କମିଟି ସଭାପତି ରମେଶ ଗୌଡ଼,ପୂର୍ବତନ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଏ ବି ଇ ଓ ପ୍ରଦୀପ କୁମାର ହୋତା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରବଣ କୁମାର ପଣ୍ଡା ଏହାର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଧରାକୋଟ ବ୍ଲକର ଚଉଦ ଗୋଟି କ୍ଳଷ୍ଟର ସାଠୀଏ ଗୋଟି ବିଦ୍ୟାଳୟ ଶିକ୍ଷଣ ସାମଗ୍ରୀ ମେଳା ରେ ଅଂଶଗ୍ରହଣ କରିଥିଲେ ।ଏଥିରେ k ରମଚନ୍ଦ୍ର ପୁର ର ବେବିନା ତ୍ରିପାଠୀ, ସରଧାପୂର୍ ର ରଶ୍ମିତା ରାଉଳ ଓ ବାହାରପୁର ର ଜଗନ୍ନାଥ ମଲିକ ପୁରସ୍କୃତ ହୋଇଥିଲେ । ଏହି ମେଳା ଦ୍ଵାରା ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ଭାଷା ଓ ଗଣିତ ବିଷୟରେ ଦକ୍ଷତା ହାସଲ ହୋଇପାରିବ ।



