ଆସିକାର ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ଜନ୍ମ ଜୟନ୍ତି ପାଳିତ

67

ଆସିକା,୩୦/୩ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ବିଭିନ୍ନ ସ୍ଥାନରେ ରହିଥିବା ଶ୍ରୀରାମ ମନ୍ଦିର ଗୁଡିକରେ ପ୍ରଭୁ ଶ୍ରୀ ରାମ ଚନ୍ଦ୍ରଙ୍କ ଜନ୍ମ ଜୟନ୍ତି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆସିକା ସୁନାମ୍ବ ସାହି ସ୍ଥିତ ବିଜେ ଶ୍ରୀ ଶ୍ରୀ ରଘୁନାଥ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମ ଭଗବାନଙ୍କ ଜନ୍ମ ଜୟନ୍ତି ରିତିନୀତିରେ ସମ୍ପନ୍ନ ହୋଇଯାଇଛି । ପ୍ରାତଃ ସମୟରୁ ଦ୍ୱାରା ଫିଟା,ଅବକାଶ ,ମାଇଲମ, ମଙ୍ଗଳ ଆରତୀ,ବାଳ ଭୋଗ ନିତୀ ପରେ ସ୍ୱତନ୍ତ୍ର ବେଶ ଲାଗି କରାଯାଇଥିଲା ।

ମଧ୍ୟାହ୍ନରେ ପଣ୍ଡିତ ବଦ୍ରି ନାରାୟଣ କର ଶର୍ମାଙ୍କ ପୈାରହିତ୍ୟରେ ପୂଜକ ନରସିଂହ ପାଢୀ,ଚିତ ରଞ୍ଜନ ଦାଶ,ଋତୁରାଜ ପାଢୀ ପ୍ରମୁଖଙ୍କ ଦ୍ୱାରା ଜନ୍ମ ବିଧାନ,ନମକରଣ, ଅର୍ଣ୍ଣପ୍ରାସନ୍ନ,ଚୁଡାକାରଣ,ଉପନୟନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।

ଏହା ପରେ ହୋମ ଯଜ୍ଞ,ପୂର୍ଣ୍ଣାହୁତି,ଆରତୀ,ପୁଷ୍ପାଞ୍ଜଳୀ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଏହା ସହିତ ସଂଧ୍ୟା ସମୟରେ ଆରତୀ ପରେ ଚିନିଶିଳ୍ପ ନୂଆଗାଁ ଅଚଂଳର ନାମ ସଂକୀର୍ତନ ଦଳ ନାମଯଜ୍ଞ କରିଥିଲେ । ଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ମନ୍ଦିର ପରିଚାଳକ ଜଗନ୍ନାଥ ପାତ୍ରଙ୍କ ତତ୍ୱାବାଧାନରେ ଦିନ ତମାମ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ସେହିଭଳି ମୁନି ସାହିରେ ମଧ୍ୟ ବିଜେ ସାନ ମୁନିସାହି ଜଗନ୍ନାଥମ ମନ୍ଦିରରେ ଅନୁରୁପ ଶ୍ରୀ ରାମ ଜନ୍ମ ଜୟନ୍ତି ପାଳିତ ହୋଇଥିଲା । ଆସିକା ଏନଏସି ୱାର୍ଡ ନମ୍ବର-୧୬ ସ୍ଥିତ ଲଛମନପଲ୍ଲୀ ଠାରେ ପଣ୍ଡିତ ହରିହର ପାଢୀଙ୍କ ନେତୃତ୍ୱରେ ହୋମ ଯଜ୍ଞ,ଆରତୀ,ପୁଷ୍ପାଞ୍ଜଳୀ ପ୍ରଭୃତି ହୋଇଥିଲା । ଗାନ୍ଧି ନଗର ହନୁମାନ ମନ୍ଦିର,ସବଜେଲ ହନୁମାନ ମନ୍ଦିର,ପଲ୍ଲୀ ସ୍ଥିତ ରଘୁନାଥ ମନ୍ଦିର ପ୍ରଭୃତି ଠାରେ ଆଧ୍ୟାତ୍ମିକ ପରିବେଶ ସହିତ ଶ୍ରୀରାମ ଚନ୍ଦ୍ରଙ୍କ ଜନ୍ମ ଜୟନ୍ତି ପାଳିତ ହୋଇଥିଲା ।