Wednesday, October 14, 2026
Home ଆଞ୍ଚଳିକ ଆସିକା ସରକାରୀ ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟର ୧୫ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ।

ଆସିକା ସରକାରୀ ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟର ୧୫ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ।

75

ଆସିକା କଲେଜଛକ ସ୍ଥିତ ସରକାରୀ ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟର ୧୫ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବଟି ପ୍ରଧାନଶିକ୍ଷକ ଶ୍ରୀ ଲୋକନାଥ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଖାରିଆ ପଞ୍ଚାୟତର ସରପଞ୍ଚ ଶ୍ରୀ ଅରବିନ୍ଦ ଲେଙ୍କା ଯୋଗ ଦେଇ କ୍ରୀଡା ର ମହତ୍ତ୍ଵ କୁ ଛାତ୍ରଛାତ୍ରୀ ଙ୍କ ନିକଟରେ ଉପସ୍ଥାପନା କରିଥିଲେ। କ୍ରୀଡା ଶିକ୍ଷକ ଶ୍ରୀ କୈଳାସ ଚନ୍ଦ୍ର ଗୌଡ଼ ଙ୍କ ତତ୍ତ୍ଵାବଧାନରେ ସମସ୍ତ କ୍ରୀଡା କୁ ପରିଚାଳନା କରାଯାଇଥିଲା। ଗ୍ରାମପଞ୍ଚାୟତ ହାଇସ୍କୁଲର କ୍ରୀଡା ଶିକ୍ଷକ ଶ୍ରୀ ପଦ୍ମ ଚରଣ ବିଷୋୟୀ ଓ ଖାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ଶ୍ରୀମତୀ ଜାନକୀ ରାଉତଙ୍କ ସହଯୋଗରେ ସମସ୍ତ କ୍ରୀଡା ପରିଚାଳନା କରାଯାଇଥିଲା। ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶ୍ରୀ ନାରାୟଣ ମହାପାତ୍ର, ପ୍ରତାପ କୁମାର ମହାପାତ୍ର, ଅଶୋକ କୁମାର ପଟ୍ଟନାୟକ, ଶାଶ୍ଵତ କୁମାର ଜେନା, ଶ୍ରୀମତୀ ରାଜଲକ୍ଷ୍ମୀ ସେଠୀ, ପ୍ରଜ୍ଞା ପରମିତା ପଣ୍ଡା, ବାସୁଦେବ ପ୍ରଧାନ, ଜୟଦେବ ରାଉତ ପ୍ରମୁଖ ସହଯୋଗ କରିଥିଲେ।

ରିପୋର୍ଟର ଜ୍ୟୋତିର୍ମୟୀ ପାତ୍ର