ତାଳଚେର ମେଡିକାଲ କଲେଜ କେବେ ଚାଲିବ, ପ୍ରଶ୍ନ କଲା ବିଜେପି

31

ତାଳଚେର,୨୪/୦୩:ତାଳଚେର ମେଡିକାଲ କଲେଜ ପ୍ରସଙ୍ଗରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଙ୍କ ନେତୃତ୍ୱ ରେ ଶତାଧିକ କାର୍ୟ୍ୟକର୍ତା ଆଜି ଶୁକ୍ରବାର ଏମସିଏଲ ଜଗନ୍ନାଥ ଏରିଆ ର ମହା ପ୍ରବନ୍ଧକ ଙ୍କୁ ଭେଟି ଚର୍ଚ୍ଚା ଆଲୋଚନା କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଜ୍ଝମେଡିକାଲ କଲେଜ ସମ୍ବନ୍ଧରେ ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଙ୍କ ପ୍ରଶ୍ନର କୌଣସି ସନ୍ତୋଷ ଜନକ ଉତ୍ତର ଜଗନ୍ନାଥ ଜିଏମ ଶ୍ରୀ ଅଶୋକ କୁମାର ଧଳ ଦେଇ ପାରି ନଥିଲେ ଜ୍ଝଅଦ୍ୟାବଧି ମେଡିକାଲ କଲେଜ ସମ୍ବନ୍ଧରେ କଣ ନିଷ୍ପତ୍ତି ହୋଇଛି ସାତ ଦିନ ମଧ୍ୟରେ ସମ୍ପୂର୍ଣ ତଥ୍ୟ ଜିଏମ ଜଗନ୍ନାଥ ଜଣାଇବାକୁ ବୈଠକ ରେ ନିଷ୍ପତ୍ତି ହୋଇଛି ଜ୍ଝ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ଦେବଗଡ଼ ସାଂସଦ ଥିଲେ ସେହି ସମୟରୁ ତାଳଚେର ମେଡିକାଲ କଲେଜ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ ଜ୍ଝପରବର୍ତୀ ସମୟରେ ସେ କେନ୍ଦ୍ରମନ୍ତ୍ରୀ ହେବା ପରେ ମେଡିକାଲ କଲେଜ ପାଇଁ ବ୍ୟବସ୍ଥା କରିଥିଲେ ଜ୍ଝଏମସିଏଲ ନିଜସ୍ୱ ଜାଗାରେ ୫୦୦କୋଟି ଟଙ୍କା ବ୍ୟୟ ରେ ମେଡିକାଲ କଲେଜ ବିଲଡିଂ ତିଆରି କଲା ୨୦୧୮ରୁ ମେଡିକାଲ କ୍ୟାମ୍ପସ ର ଉଦଘାଟନ ସରିଲାଣି, ଏମ ସି ଏଲ ପୁନଶ୍ଚ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ହସ୍ତକ୍ଷେପ ଫଳରେ ଏହାର ପରିଚାଳନା ପାଇଁ ସମ୍ପୂର୍ଣ ଅର୍ଥ ବ୍ୟୟ କରିବାକୁ ଲିଖିତ ଭାବେ ରାଜ୍ୟ ସରକାର ଙ୍କୁ ୨୫/୦୫/୨୦୨୨ରେ ଜଣାଇଛି, କିନ୍ତୁ ଦୀର୍ଘ ୧୦ମାସ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ରାଜ୍ୟ ସରକାର ଙ୍କ ତରଫରୁ କୌଣସି କାର୍ୟ୍ୟକ୍ରମ ହୋଇନାହିଁ ବୋଲି ରାଜ୍ୟ ସମ୍ପାଦକ ଶ୍ରୀ କାଳନ୍ଦି ସାମଲ ପ୍ରକାଶ କରିଛନ୍ତି ଜ୍ଝସ୍ଥାନୀୟ ସାଂସଦ ଓ ବିଧାୟକ ମେଡିକାଲ କଲେଜ ପ୍ରସଙ୍ଗରେ କାହିଁକି ସଂସଦ ଓ ବିଧାନସଭା ରେ ପ୍ରଶ୍ନ ଉଠାଉ ନାହାନ୍ତି ଏବଂ ନିରବ ରହୁଛନ୍ତି ତାହା ଜଣା ପଡୁନାହିଁ ଜ୍ଝଏମସିଏଲ ଜାଗା ଦେଲା, ବିଲଡିଂ କଲା, ପରିଚାଳନା ପାଇଁ ଅର୍ଥ ଦେଲା ସବୁ ଦେବା ପରେ ମଧ୍ୟ କାହିଁକି ଏ ଯାଏ ମେଡିକାଲ କଲେଜ ଚାଲୁ ପାରୁ ନାହିଁ, ଏହା ପଛରେ ଆଉ ରାଜ୍ୟ ସରକାର ହାଇଟେକ କୁ ଦେବାକୁ ଚକ୍ରାନ୍ତ କରୁ ନାହାନ୍ତି କି ବୋଲି ଶ୍ରୀ ସାମଲ ପ୍ରକାଶ କରିଥିଲେ ଜ୍ଝମେଡିକାଲ କଲେଜ କେବେ ଚାଲିବ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି ଜ୍ଝଆଜିର ଏହି କାର୍ୟ୍ୟକ୍ରମ ରେ ଶ୍ରୀ ସାମଲ ଙ୍କ ସମେତ ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ଘଣ୍ଟପଡା ସମିତି ସଦସ୍ୟ କରୁଣାକର ସାହୁ,ସରପଞ୍ଚ ସହଦେଵ ସାହୁ, ଗୀତିଶ ପ୍ରଧାନ,, ନରେଶ ଚନ୍ଦ୍ର ବେହେରା,ପୂର୍ବଚନ ସରପଞ୍ଚ ସୁନୀଲ ବିଶ୍ୱାଳ, ବିଭୁତି ସାହୁ, ଜସ୍ମିନ ପ୍ରଧାନ, ସୁନୀଲ କୁମାର ବିଶ୍ୱାଳ, ନିରୋଜ ଦାସ, ପ୍ରଶାନ୍ତ ଦାସ, ବୁଲୁ ମିଶ୍ର,ରତନ କୁମାର ବାରିକ, ସନ୍ତୋଷ କୁମାର ମହା ସୁପକାର, ମିଲ୍ଲୀ ପ୍ରଧାନ, ରେଖା ଅଗ୍ରୱାଲ, ପ୍ରତିମା ଚୌଧୁରୀ, କାଳନ୍ଦି ପ୍ରଧାନ, ଅର୍ଜୁନ କିସ୍କୁ, ଜ୍ଞାନେନ୍ଦ୍ରୀୟ ସେଠି ଙ୍କ ସମେତ ଶତାଧିକ କାର୍ୟ୍ୟକର୍ତା ମାନେ ଉପସ୍ଥିତ ଥିଲେ |