Home ଆଞ୍ଚଳିକ କୃଷି ଋଣ କର୍ମଶାଳା ଅନୁଷ୍ଠିତ

କୃଷି ଋଣ କର୍ମଶାଳା ଅନୁଷ୍ଠିତ

212

ରାୟଗଡ଼ା -୨୩-୩(ଜିଲ୍ଲା ଖବର) ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡା ନିୟନ୍ତ୍ରଣ ବଜାର କମିଟି ଗୃହରେ ଗୁରୁବାର ଦିନ ବ୍ୟାଙ୍କିଙ୍ଗ୍ ସେବା ଓ କୃଷି ଋଣ କର୍ମଶାଳା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୃଷ୍ଣକ ମାନଙ୍କୁ ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସୁଧବିହୀନ କୃଷି ଋଣ ଏବଂ ଗୋଷ୍ଠୀ ମାନଙ୍କୁ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସୁଧ ବିହୀନ ରୁଣ ଦେବାର ବ୍ୟବସ୍ଥା ରହିଛି ବୋଲି ବ୍ୟାଙ୍କ୍ ସୁପରଭାଇଜର ସୂଚନା ଦେଇଛନ୍ତି । ବ୍ୟାଙ୍କ୍ ର ବିଭିନ୍ନ ସେବା ସମ୍ପର୍କରେ ଦେବା ସହିତ ଏହି ବ୍ୟା ଙ୍କ୍ ରେ ଆକାଉଣ୍ଟ ଖୋଲି ଅର୍ଥ କାରବାର କରିବାକୁ ପରାମର୍ଶ ଦେଇଛନ୍ତି। କୃଷକ ମାନେ କିପରି ସମସ୍ତ ପ୍ରକାର ସୁବିଧା ପାଇବେ ସେହି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ କେସିସି ବ୍ୟାଙ୍କ୍ ର ଡାଇରେକ୍ଟର ଶ୍ରୀ ଜଗନ୍ନାଥ ଲୁଣ୍ଡୁରୁକା, ବ୍ୟାଙ୍କ୍ ସୁପରଭାଇଜର ଶ୍ରୀ ବିଭି ଆର ପଟନାୟକ, ବିଷମକଟକ ସମବାୟ ସଭାପତି , ଏମ୍ ଡି ସାନ୍ତୁନ କୁମାର ସାହୁ, ଶ୍ରୀ ନିବାସ ନାୟକ, ସ୍ଥାନୀୟ ସରପଞ୍ଚ ନାରାୟଣ ହୁଈକା, ବରିଷ୍ଠ ବିଜେଡି ନେତା ଜ୍ୟୋତି ପ୍ରସାଦ ସାହୁ,ଭାଲୁ ବୈଦ୍ୟ ଭୂଷଣ ସମେତ ସମସ୍ତ ଚାଷୀ ମାନେ ଉପସ୍ଥିତ ଥିଲେ।