ରାୟଗଡ଼ ଜିଲ୍ଲା ଶିକ୍ଷକ ସମାଜ ତରଫରୁ ମୃତ ଶିକ୍ଷକଙ୍କ ପରିବାରକୁ ଆର୍ଥିକ ସହାୟତା

170

ମୂନିଗୁଡା,୨୦/୦୩(ଜିଲ୍ଲା ଖବର) : ଶନିବାର ଦିନ ମୁନିଗୁଡା ଉଚ୍ଚ ବିଦ୍ୟାଳୟ, ମୁନିଗୁଡାରେ କାର୍ଯ୍ୟରତ ଶିକ୍ଷକ ତଥା ଗୁଣପୁର ଅନ୍ତର୍ଗତ ପାଣ୍ଡରିଝୋଲି ଗ୍ରାମ ନିବାସୀ ରାମକୃଷ୍ଣ ଶବରଙ୍କର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ରାୟଗଡ଼ ଜିଲ୍ଲା ଶିକ୍ଷକ ସମାଜ ତରଫରୁ ବରିଷ୍ଠ ସଦସ୍ୟ ଓ ଅନ୍ୟାନ୍ୟ ଶିକ୍ଷକ ବୃନ୍ଦ ଉପସ୍ଥିତ ରହି ସମବେଦନା ଜ୍ଞାପନ କରିବା ସହିତ ଜିଲ୍ଲାର ଶିକ୍ଷକ ମାନଙ୍କଠାରୁ ସଂଗୃହୀତ କିଛି ଅର୍ଥରାଶି ଉକ୍ତ ପରିବାରକୁ ସାନ୍ତ୍ଵନା ସ୍ୱରୂପ ପ୍ରଦାନ କରଯାଇଥିଲା । ଶିକ୍ଷକ ମାନଙ୍କ ଦ୍ଵାରା କରାଯାଇଥିବା ଏହି ଭଳି ପ୍ରେରଣାଦାୟୀ କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।