ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ସ୍କୁଲ ଅଫ ନର୍ସିଂର ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କ ଶପଥ ପାଠ ଉତ୍ସବ

56

ଗୁଣୁପୁର ,୧୯/୦୩(ଜିଲ୍ଲା ଖବର) : ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ସ୍କୁଲ ଅଫ ନର୍ସିଂ ର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଦୀପ ପ୍ରଜ୍ୟଳନ ଓ ଶପଥ ପାଠ ଉତ୍ସବ ଆଜି ବିଶ୍ଵବିଦ୍ୟାଳୟ ପରସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟ ଏଙ୍ଗେଲଙ୍କ ପଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସ୍ଥିତ କଲେଜ ଅଫ ନର୍ସିଂର ଅଧ୍ୟକ୍ଷା ପ୍ରଫେସର ରାଜଲକ୍ଷ୍ମୀ ମିଶ୍ର ଯୋଗ ଦେଇ ପ୍ରଥମ ବର୍ଷର ନର୍ସିଂ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇବା ସହ କଠିନ ପରିଶ୍ରମ,ସାମାଜିକ ସେବା ସହ ନର୍ସମାନଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ବିଷୟ କହିଥିଲେ। ବିଶ୍ବବିଦ୍ୟାଳୟର ଉପ ସଭାପତି ଡ.ଚନ୍ଦ୍ରଧ୍ଵଜ ପଣ୍ଡା ଯୋଗ ଦେଇ ନର୍ସିଂ ଛାତ୍ରଛାତ୍ରୀମାନେ ଏହି ନର୍ସିଂ ବୃତ୍ତିଗତ ଶିକ୍ଷାକୁ ଭଲପାଇବା ସହ ଭବିଷ୍ୟତରେ କିପରି ସଫଳତା ପାଇ ପାରିବେ ସେ ନେଇ କହିଥିଲେ। ବିଶ୍ଵବିଦ୍ୟାଳୟର କୁଳପତି ଡ.ବିନୟ କୁମାର ମିତଲ୍ ଯୋଗ ଦେଇ ଏହି ନର୍ସିଂ ପାଠ୍ୟକ୍ରମ ଦ୍ଵାରା ସେବା କ୍ଷେତ୍ରରେ ନିଜକୁ ସାମିଲ ହୋଇଥିବା ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସ୍କୁଲ ଅଫ ନର୍ସିଂର ଅଧ୍ୟକ୍ଷ କେ. ସି. ସୁରେଶ ବାବୁ ମଞ୍ଚଶିନ ଥିଲେ।ଏହି ଉତ୍ସବରେ ଅଧ୍ୟାପିକା ବି. ନିତ୍ୟା ସ୍ବାଗତ ଭାଷଣ ଦେଇଥିବା ବେଳେ ରତନ କୁମାର ଧନ୍ୟବାଦ୍ ଅର୍ପଣ ଓ ଅଧ୍ୟାପିକା ଗାୟତ୍ରୀ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।ଏହି ସଭାରେ ରେଜିଷ୍ଟ୍ରାର ଡ. ଏନ ଭି ଜେ ରାଓ, ଅଧ୍ୟାପକ, ଅଧ୍ୟାପିକା ଓ ଅଭିଭାବକମାନେ ଉପସ୍ଥିତ ଥିଲେ।