ମୁଣ୍ଡମରାଇରେ ବ୍ୟଙ୍କିଂ ସେବା ଓ ଋଣ କର୍ମଶାଳା

23

ଧରାକୋଟ,୧୯/୦୩(ଜିଲ୍ଲା ଖବର) : ଧରାକୋଟ ସମବାୟ କେନ୍ଦ୍ର ବ୍ୟାଙ୍କ ଅଧିନସ୍ଥ ମୁଣ୍ଡମାରାଇ ଓ ବଳରାମ ପୁର ସେବା ସମବାୟ ସମିତି ପରିସରରେ ଅଞ୍ଚଳର ଚାଷୀ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତି ମହିଳାଙ୍କୁ ନେଇ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଏହି କର୍ମଶାଳାକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ବ୍ୟାଙ୍କ ସଭାପତି ମଙ୍ଗଳୁ ସାହୁ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ବ୍ଲକ ସ୍ତରୀୟ ଜୋନ ଡାଇରେକ୍ଟର ବିପିନ ବିହାରୀ ସ୍ୱାଇଁ,ସମବାୟ ବିତ ବିଜୟ ପାଣିଗ୍ରାହୀ,ଧରାକୋଟ ବ୍ୟାଙ୍କ ପରିଚାଳକ ସୁଜାତା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସମିତି ସଭାପତି ରାଜେନ୍ଦ୍ର ଗୌଡ଼ ଏଥିରେ ସଭାପତିତ୍ବ କରିଥିଲାବେଳେ ସମ୍ପାଦକ ରାଜେନ୍ଦ୍ର ସାହୁ ବିବରଣୀ ପାଠ କରିଥିଲେ । ଯୁବନେତା ସଞ୍ଜୟ ପାତ୍ର କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ଏହି ଅବସରରେ ଚାଷୀ ମାନେ କିପରି ସହଜରେ ଋଣ ପାଇ ଫସଲ ଆଦାୟ କରିବେ ଏବଂ ବ୍ୟାଙ୍କ ସେବା ପାଇବେ ସେ ସଂପର୍କରେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ଚାଷୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ କିପରି ସରକାର ବିନା ସୁଧରେ ଦେଉଥିବା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଉଥିବା ଋଣ ର ସଦୂପ ଯୋଗ କରି ସ୍ବାବଲମ୍ବୀ ହେବେ ତାହା ଉପରେ ଆଲୋଚନା ହୋଇଥିଲା। ଆଜିର କର୍ମଶାଳାରେ ମୁଣ୍ଡ ମ ରାଇ ସରପଞ୍ଚ ଅଭିମନ୍ୟୁ ସେଠୀ, ଝାଡବନ୍ଧ ସରପଞ୍ଚ ଯୋଗେନ୍ଦ୍ର ସ୍ୱାଇଁ, ସରଧାପୁର ସରପଞ୍ଚ ଦିଲୀପ ଜେନା, ଝରପାରି ପ୍ରତିନିଧି ରଞ୍ଜିତ ଭୂୟାଁ, ସମାଜସେବୀ ଶିବଶଙ୍କର ପାତ୍ର ,ଧରାକୋଟ ସମିତି ସମ୍ପାଦକ ପ୍ରକାଶ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ସମସ୍ତ ସମିତିରେ ଏପରି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।