
ଧରାକୋଟ,୧୫/୦୩ : ରାଜ୍ୟ ଡ୍ରାଇଭର ମହାସଂଘର ନିଷ୍ପତ୍ତି ପ୍ରକାରେ ଧରାକୋଟ ଡାଇଭରର ମହାସଂଘ ତରଫରୁ ୧୦ ଦଫା ନେଇ ଜାତୀୟ ରାଜପଥ ୫୯ ର ଢ ଉଗାଁ ଛକ, ଧରାକୋଟ ବ୍ରିଡଜ,ଝଗଡେଇ,ଜାହାଡା,ରାସ୍ତା ମୁକ୍ତେଶ୍ଵର ପୀଠ,ଓ ମାଣିକପୁର ଠାରେ ବ୍ଲକର ପ୍ରାୟ ୫୦୦ ଶହ ଡାଇଭର ଧାରଣାରେ ସାମିଲ ହୋଇଛନ୍ତି।ଆଜି ବିଭିନ୍ନ ରାସ୍ତାରେ ବସ୍ ଓ ଚାରିଚକିଆ ଯାନ ଚଳା ଚଳ ବନ୍ଦ ରହିଥିବା ବେଳେ ଆମ୍ବୁଲାନ୍ସ, ବିଦ୍ୟାଳୟ ସ୍କୁଲ ବସ୍,ନିଜସ୍ବ ଗାଡ଼ି ଚଳାଚଳ ସ୍ବାଭାବିକ ରହିଥିଲା ।ଆଜି ଧାରଣା ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ୟ୍ୟଟକ ଙ୍କ ଗାଡିଗୁଡିକୁ ମହାସଂଘ ତରଫରୁ ସମ୍ମାନ ପ୍ରଦର୍ଶନ ସହ ଅଟକ ରଖାଯାଇ ସେମାନଙ୍କୁ ସଂପୂର୍ଣ୍ଣ ସହଯୋଗ ପ୍ରଦାନ କରାଯାଇଥିଲା। ଧରାକୋଟ ଥାନା ଅଧିକାରୀ ମମତା ସାମନ୍ତରାୟ ଙ୍କ ନେତୃତ୍ବରେ ପେଟ୍ରୋଲିଂ କରାଯାଇ ଆଇନଶୃଙ୍ଖଳା ସ୍ବଭାବିକ ବଜାଇ ରଖାଯାଇଥିଲା। ବ୍ଲକ ସଭାପତି ସୁରେଶ କୁମାର ସିଂ, ବ୍ଲକ ସଂପାଦକ ପ୍ରଭାକର ମୁନି, ପ୍ରତ୍ୟେକ ପଞ୍ଚାୟତର ମୁଖିଆ ମାନେ ସାମିଲ ଥିଲେ। ଆଜିର ଶାନ୍ତି ପୂର୍ଣ୍ଣ ଧାରଣାରେ ମୋଟର ଚାଳକ ସଂଘର କୈାଣସି ସଦସ୍ୟ ସାମିଲ୍ ହୋଇନଥିଲେ।



