
ଧରାକୋଟ,୧୩/୦୩(ଜିଲ୍ଲା ଖବର) : ଧରାକୋଟ ପଞ୍ଚାୟତ ଅନ୍ତର୍ଗତ ଜନବିଲୀ ଗ୍ରାମରେ ପ୍ରତି ବର୍ଷ ପରି ରାଧା କୃଷ୍ଣ ଠାକୁରଙ୍କ ଦୋଳ ପୂର୍ଣ୍ଣିମା ଉଛବ ରୀତି ନୀତି ଅନୁଯାୟୀ ପାଳନ ହୋଇଯାଇଛି। ଏକ ସୁସଜ୍ଜିତ ବିମାନରେ ଠାକୁରଙ୍କୁ ଗ୍ରାମ ପରିକ୍ରମା ପରେ ଦୋଳ ମଣ୍ଡପରେ ବିଜେ କରାଯାଇଥିଲା ।ସନ୍ଧ୍ୟାରେ ନିକଟସ୍ଥ ବଳରାମପୁର ଗ୍ରାମର ପୌରାଣିକ ନାଟକ କୁଚକ୍ରିର ଚକ୍ରାନ୍ତ ବା ମହାସମର ନାଟକ ପରିବେଷଣ କରାଯାଇଥିଲା। ଏହି ନାଟକକୁ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଉଦ୍ଘାଟନ କରିଥିବା ବେଳେ, ମୁଖ୍ୟ ଅତିଥି ଭାବରେ ଥାନା ଅଧିକାରୀ ମମତା ସାମନ୍ତରାୟ, ସରପଂଚ ପୁନିଆ ଦାସ, ବି ଜେ ଡି ସମ୍ପାଦକ ରବୀନ୍ଦ୍ର ଘୋଷ,ପ୍ରଦୀପ ଦୋରା,ରାଜେନ୍ଦ୍ର ଗୌଡ଼ ଓ ସନ୍ତୋଷ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଗ୍ରାମ୍ୟ କମିଟି ସଭାପତି ଗୋପାଳ ଗୌଡ଼ ,ସମ୍ପାଦକ ବାବୁଲା ସେନାପତି, ବାହାନ ବିଶୋଇ, ମିଟୁ ଗୌଡ଼,ଟୁଟୁ ଗୌଡ଼,ଚିରଞ୍ଜିବୀ ସେଠୀ,ବାବୁ ଗୌଡ଼ ଓ କବିରାଜ ଗୌଡ଼ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ ।


