Thursday, October 15, 2026
Home ଆଞ୍ଚଳିକ ପାଟପୁର ପୋଲିସର ସଡକ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟପୁର ପୋଲିସର ସଡକ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

97

ସାନଖେମୁଣ୍ଡି (ଜିଲ୍ଲା ଖବର) : ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ପାଟପୁର ପୋଲିସ ଥାନା ପକ୍ଷରୁ ଏକ ମେଗା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ପାଟପୁର ବାଳକ ଉଚ୍ଚ ବିଦ୍ୟାଳୟ, ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟ ସହ ସାହାସପୁର ଉଚ୍ଚ ବିଦ୍ୟାଳୟ ଏବଂ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ଶିକ୍ଷାର୍ଥୀଙ୍କ ସମାବେଶରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଜିଲା ସଡକ ପରିବହନ ଅଧିକାରୀ ନଳିନୀ କାନ୍ତ ଚିନାରା, ସାନଖେମୁଣ୍ଡି ତହସିଲଦାର ଶ୍ରୀ ଅମିତ କୁମାର ନାୟକ, ଅଧ୍ୟାପକ ଡ଼: କୈଳାସ ଚନ୍ଦ୍ର ସ୍ବାଇଁ, ସମାଜ ସେବୀ ଶ୍ରୀ ଅଶୋକ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ପାଟପୁର ଥାନାଧିକାରୀ ଶ୍ରୀ ଅଜୟ କୁନାର ବାରିକଙ୍କ ତତ୍ୱାବଧାନରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ଶହ ଶହ ଶିକ୍ଷାର୍ଥୀ ସଡକ ସୁରକ୍ଷା ଜନିତ ସ୍ଲୋଗାନ ଏବଂ ପ୍ଲାକାର୍ଡ ଧରି କଲେଜ ପରିସରରୁ ବିରାଟ ରାଳିର ଆୟୋଜନ କରିଥିଲେ। ପାଟପୁର ଗ୍ରାମ ପରିକ୍ରମା କରି ସର୍ବସାଧାରଣରେ ସଡକ ସୁରକ୍ଷା ଜନିତ ସଚେତନତାର ବାର୍ତା ପ୍ରଚାର କରିଥିଲେ। ଦ୍ରୁତଗତି ମହାବିପତି, ହେଲେମେଟ ପିନ୍ଧି ବାଇକ ଚାଳନା, ବିନା ଲାଇସେନ୍ସରେ ଓ ଇନ୍ସୁରେନ ବିନା ଗାଡି ନଚଲେଇବା, ବାଇକ ଚଳାଇବା ସମୟରେ ଫୋନ ବ୍ୟବହାର ନ କରିବା ସମ୍ପର୍କରେ ପଥପ୍ରାନ୍ତ ସଭା ଆୟୋଜନ କରିଥିଲେ। ଅୟୋଜିତ ସଚେତନତା ଶୋଭାଯାତ୍ରା ପାଟପୁର ଗ୍ରାମ ପରିକ୍ରମା କରି ପାଟପୁର ସ୍ଥିତ ଗାନ୍ଧୀ ଛକ ଠାରେ ଏକତ୍ରିତ ହୋଇଥିଲେ। ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ତଥା ଅୟୋଜିତ ମଞ୍ଚ ସଭାରେ ସ୍ଥଗିତ ଜଗନ୍ନାଥ ପ୍ରତିମୂର୍ତ୍ତିରେ ଉପତୌକନ ସହ ପୁଷ୍ପମାଲ୍ୟ ପ୍ରଦାନ ସହିତ ପ୍ରଦୀପ ପ୍ରଜ୍ଵଳନ କରି ଉପସ୍ଥିତ ଅତିଥି ବୃନ୍ଦ ସଡକ ସୁରକ୍ଷା ଜନୀତ ବକ୍ତବ୍ୟ ପ୍ରଦାନ କରିଥିଲେ। ଅୟୋଜିତ କାର୍ଯ୍ୟକ୍ରମରେ ଆମ ପୋଲିସର ବରିଷ୍ଠ ସଦସ୍ୟ ଲଷ୍ମୀନାରାୟଣ ପାଣିଗ୍ରାହୀ, ଦୁର୍ଗମାଧଵ ପାଢ଼ୀ, ପାଟପୁର ସରପଞ୍ଚ T. ବାବୁ ସୁବୁଦ୍ଧି, ସମିତି ସଭ୍ୟ ସୁଶାନ୍ତ ସ୍ବାଇଁ, ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ବାରିକ, ଅଂଚଳ ଗଣ ମାଧ୍ୟମ ପ୍ରତିନିଧି ସମୂହ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପାଟପୁର ଥାନା କର୍ମଚାରୀ ଓ ଭଞ୍ଜନଗର RTO କାର୍ଯ୍ୟାଳୟ ଏବଂ ଦିଗପହଣ୍ଡି ମା ବାଙ୍କେଶ୍ୱରୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ପ୍ରିନ୍ସପାଲ ଟୁନା ଚୌଧରି ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।