Home ଆଞ୍ଚଳିକ ମୁନିଗୁଡାକୁ ସବ ଡିଭିଜନ ଓ ଏନଏସି ମାନ୍ୟତା ଦାବିକୁ ନେଇ ସଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ

ମୁନିଗୁଡାକୁ ସବ ଡିଭିଜନ ଓ ଏନଏସି ମାନ୍ୟତା ଦାବିକୁ ନେଇ ସଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ

9

ରାୟଗଡ଼ା,୧୦/୦୩(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ମୁନିଗୁଡାକୁ ସବ ଡିଭିଜନ ଓ ଏନଏସି ମାନ୍ୟତା ଦାବିକୁ ନେଇ ମୁନିଗୁଡା ବିକାଶ ପରିଷଦ ତରଫରୁ ସଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିକାଶ ପରିଷଦର ସଭାପତି ଘନଶ୍ୟାମ ମାର୍ଥାଙ୍କ ନେତୃତ୍ୱରେ ମାର୍ଚ୍ଚଣ୍ଟ ଆସୋସିଏସନ, ପ୍ରେସକ୍ଳବ,ବଜରଙ୍ଗ ଦଳ ସହ ବିଭିନ୍ନ ସମାଜ,ସଂଗଠନ ଓ ବିଭିନ୍ନ କ୍ଳବର ସଦସ୍ୟ ମାନଙ୍କ ମିଳିତରେ ସ୍ଥାନୀୟ ମୁନିଖୋଲ ସ୍ଥିତ କନିକା ପରମେଶ୍ୱରୀ ମନ୍ଦିର ପରିସରରୁ ଏକ ସଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମୁନିଗୁଡାକୁ ସବ ଡିଭିଜନ ଓ ଏନଏସି ମାନ୍ୟତା ଦାବିକୁ ନେଇ ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ମୁନିଗୁଡାକୁ ସବ ଡିଭିଜନ ଓ ଏନଏସି ମାନ୍ୟତା ଦାବିକୁ ନେଇ ଏକ ସ୍ମାରକପତ୍ର ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ପ୍ରିତମ କୁମାର ତନ୍ତୀଙ୍କ ଜରିଆରେ ମୁଖମନ୍ତ୍ରୀ ଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା l ପୂର୍ବରୁ ବହୁବାର ଦାବି ସହ ଆନ୍ଦାଳନ ମଧ୍ୟ କରାଯାଇଛି ହେଲେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବା ଓ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ମୁନିଗୁଡାରେ
ଜନସାଧାରଣଙ୍କ ମନରେ ଅସନ୍ତୋଷ ବଢୁଥିବା ସହ ଉଦବେଗ ପ୍ରକାଶ ପାଉଛି l ମୁନିଗୁଡାରେ ଏହି ଦୁଇଟି ଦାବି ପାଇଁ ଦାବିଦାର ଏବଂ ସରକାରଙ୍କ ସମସ୍ତ ମାନଦଣ୍ଡ ପୂରଣ କରିଥିବା ନେଇ ଆଲୋଚନା କରିଥିଲେ।