
ଗୁଣୁପୁର ୦୯/୩ (ଜିଲ୍ଲା ଖବର) : ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁରରେ ବିଶ୍ବ ମହିଳା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଇଂଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜି ଡିନ ଏ. ବି .ଶ୍ରୀନିବାସ ରାଓ ମୁଖ୍ୟ ଅତିଥି ଭାବେ ମହିଳା ମାନଙ୍କୁ ସଶକ୍ତି କରଣ କରିବା ସହ ମହିଳା ଶିକ୍ଷିତ ହେଲେ ସମାଜ ଶିକ୍ଷିତ ହୋଇପାରିବ ଓ ଦେଶର ଉନ୍ନତି ହେବ ବୋଲି ମତବ୍ୟକ୍ତ କରିଥିଲେ। ଅଧ୍ୟାପିକା ସାଗରିକା ଶତପଥୀ, ଡ. ଅସିମା ସିନ୍ଧୁ ମହାନ୍ତି ଓ ଫୁର୍ତି ଫିଜା ପ୍ରମୁଖ ବର୍ତ୍ତମାନ ମହିଳା ମାନଙ୍କର ସାମାଜିକ ଅବଦାନ ଉପରେ ଆଲୋକପାତ କରିଥିଲେ। ଅଧ୍ୟାପିକା ଡ ପ୍ରତିଭା କର ସ୍ବାଗତ ଭାଷଣ ଦେଇଥିବା ବେଳେ ସୁମନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ତନୟା ଦାସ ମଞ୍ଚ ପରିଚାଳନା କରୁଥିଲେ। ଏଥିରେ ବିଶ୍ଵ ବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପିକା ଓ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଛାତ୍ରୀମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା




